Latest Odisha News

ଗୋଟିଏ ଫିଲ୍ମରେ ୪୫ଟି ଭୂମିକାରେ ଅଭିନୟ କରି ରେକର୍ଡ କଲେ ଜନସନ ଜର୍ଜ

ମୁମ୍ବାଇ: କୌଣସି ଫିଲ୍ମରେ ଡବଲ୍ ଏବଂ ଟ୍ରିପଲ୍ ରୋଲ୍ କରିବା ଏକ ସାଧାରଣ କଥା । କିନ୍ତୁ ଏକାଠି ୯ଟି ଭୂମିକା ନିଭାଇବା ଏକ ବଡ କଥା । ଫିଲ୍ମ ‘ନୟା ଦିନ୍ ନୟି ରାତ’ରେ ଅଭିନେତା ସଞ୍ଜୀବ କୁମାର ୯ଟି ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କ ପ୍ରତିଭା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏକା ସମୟରେ କିପରି ଜଣେ ୯ଟି ଭିନ୍ନ ଚରିତ୍ର କରିପାରିବେ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା । ଏବେ ସେହିପରି ଆଉ ଜଣେ ଭାରତୀୟ ଅଭିନେତା ଏକ ଫିଲ୍ମରେ ଏକାଥରକେ ୪୫ଟି ଭୂମିକାରେ ଅଭିନୟ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ଅଭିନେତା ଜଣକ ହେଉଛନ୍ତି ଜନସନ ଜର୍ଜ । ମାଲାୟାଲମ୍ ଫିଲ୍ମ ‘ଅରୁନୁ ନାଜନ’ରେ ଏକାଧିକ ଭିନ୍ନ ଚରିତ୍ର ନିଭାଇ ତାଙ୍କର ଅଭିନୟ ଦକ୍ଷତା ହେତୁ ହିଁ ରେକର୍ଡ ସୃଷ୍ଟି କରିଛନ୍ତି । ଏଠାରେ ସେ ଜଣେ ହାସ୍ୟ ଅଭିନେତା ଭାବେ ୪୫ଟି ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଏହି ସଫଳତା ନେଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ବି ସ୍ଥାନ ମିଳିଛି ।

ଗୋଟିଏ ଫିଲ୍ମରେ ସେ ସର୍ବାଧିକ ୪୫ଟି ଚରିତ୍ରରେ ଅଭିନୟ କରି ରେକର୍ଡ ସୃଷ୍ଟି କରିଥିବା ଗିନିଜ୍ ବୁକ୍‌ରେ ଲଲ୍ଲେଖ କରାଯାଇଛି । ଜନସନ ଜର୍ଜ ଗାନ୍ଧୀ, ଯୀଶୁ ଏବଂ ଲିଓନାର୍ଡୋ ଡା ଭିନ୍ସି ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

 

Comments are closed.