Latest Odisha News

BREAKING NEWS

ଜୁଲାଇ ସୁଦ୍ଧା ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ମାସରେ ଆଉ ଏକ ବିଦେଶୀ ଟିକା ଭାରତ ଆସିପାରେ। ଜନସନ ଆଣ୍ଡ ଜନସନ ଟିକା ଜୁଲାଇ ମାସ ସୁଦ୍ଧା ଭାରତରେ ପହଞ୍ଚିପାରେ। ଏହାର ଗୋଟିଏ ଡୋଜ ଟିକା ଭାରତରେ ୨୫ ଡଲାର ରହିବ ବୋଲି ସୂଚନା ମିଳିଛି।

ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ ହୋଇଥିବା କରୋନା ଟିକା ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଅଳ୍ପ ପରିମାଣରେ ଉପଲବ୍ଧ ହେବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ (ଭାରତ) ବ୍ୟକ୍ତିଗତ ଭାବରେ ଆମେରିକାର ଭିତ୍ତିକ ଉତ୍ପାଦକଙ୍କଠାରୁ ଏହି ଟିକା କ୍ରୟ କରିବ।

Comments are closed.