Latest Odisha News

ଔଷଧର ମାନ ଠିକ ଅଛି କି ନାହିଁ ଔଷଧ ନିର୍ମାଣ ସଂସ୍ଥା ଉପରେ କେନ୍ଦ୍ର ଓ ରାଜ୍ୟର ନିରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ଔଷଧମାନ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ରାଜ୍ୟ ଔଷଧ ନିୟନ୍ତ୍ରଣ ପ୍ରଶାସନ ସହ କେତେକ ଚିହ୍ନିତ ଔଷଧ ନିର୍ମାଣକାରୀ ସଂସ୍ଥା ଉପରେ ମିଳିତ ତଦନ୍ତ ଜାରି ରଖିଛନ୍ତି।

ଏସ୍‌ଓପି ଅନୁଯାୟୀ ଏହି ମିଳିତ ଯାଞ୍ଚ ଦେଶବ୍ୟାପୀ କରାଯାଉଛି । ଦୁଇଜଣ ଯୁଗ୍ମ ଔଷଧ ନିୟନ୍ତ୍ରକଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟି ୧୯୪୦ ଔଷଧ ଓ ପ୍ରସାଧନ ଆଇନ, ୧୯୪୦ ଓ ତତ୍ ସଂଲଗ୍ନ ନିୟମାବଳୀକୁ ଭିତ୍ତିକରି ଯେଉଁ ତଦନ୍ତ ରିପୋର୍ଟ ଦେବେ ତାର ଅନୁଧ୍ୟାନ କରିବ । ଦେଶରେ ତିଆରି ହେଉଥିବା ଔଷଧପତ୍ରର ଗୁଣାବତ୍ତା ଏହା ଦ୍ୱାରା ସୁନିଶ୍ଚିତ ହେବ ।

ତଦନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ନିମ୍ନମାନ ଓ ଭେଜାଲ ଔଷଧ ପ୍ରସ୍ତୁତକାରୀ ୟୁନିଟ୍‌ଗୁଡିକ ଉପରେ ଏହି ଦେଶବ୍ୟାପୀ ଚଢଉ କରାଯିବ।

ଔଷଧପତ୍ର ନିୟନ୍ତ୍ରଣର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ନିରାପଦ, କାର୍ଯ୍ୟକ୍ଷମ ଓ ଗୁଣାତ୍ମକ ଔଷଧପତ୍ର ଉପଲବ୍ଧ କରାଇବା । ଔଷଧ ଓ ପ୍ରସାଧନ ଆଇନ ୧୯୪୦ ଓ ତତ୍ ସଂଲଗ୍ନ ନିୟମାବଳୀ ଔଷଧ ନିର୍ମାଣ କମ୍ପାନୀଗୁଡିକ ସଠିକ୍ ଅନୁସରଣ କରୁଛନ୍ତି କି ନିାହଁ, ତାହା ସୁନିଶ୍ଚିତ କରିବା ହେଉଛି ଔଷଧ ନିୟନ୍ତ୍ରଣ ପ୍ରଶାସନର କାର୍ଯ୍ୟ।

 

Comments are closed.