ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ନୈରାଶ୍ୟଜନକ ପ୍ରଦର୍ଶନ କରି ସେମିଫାଇନାଲ ଦୌଡରୁ ବାଦ ପଡିଛି । ଏହା ପରେ ଦଳର ନିୟମିତ ଅଧିନାୟକ ଜୋସ ବଟଲର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସୀମିତ ଓଭର ବିଶିଷ୍ଟ ମ୍ୟାଚରେ ଇଂଲଣ୍ଡ ତାଙ୍କ ନେତୃତ୍ୱରେ କ୍ରମାଗତ ଖରାପ ପ୍ରଦର୍ଶନ କରି ଆସୁଥିଲା । ଭାରତ ବିପକ୍ଷ ଟି୨୦ ଏବଂ ଦିିନିକିଆ ସିରିଜରେ ଇଂଲଣ୍ଡ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏହା ପରେ ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ପରେ ଆଫଗାନିସ୍ତାନ ନିକଟରୁ ଦଳ ପରାଜିତ ହୋଇଥିଲା ।
୨୦୨୨ରେ ଇଅନ ମୋର୍ଗାନଙ୍କ ସ୍ଥାନରେ ବଟଲରଙ୍କୁ ସୀମିତ ଓଭର ମୁକାବିଲା ପାଇଁ ଇଂଲଣ୍ଡ ଦଳର ନେତୃତ୍ୱ ନିୟୋଜିତ କରାଯାଇଥିଲା । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଦିନିକିଆ ବିଶ୍ୱକପ ୨୦୨୩, ଟି୨୦ ବିଶ୍ୱକପ ୨୦୨୪ର ନକଆଉଟ ପର୍ଯ୍ୟାୟରୁ ବାଦ ପଡିଥିଲା । ଦଳର ସ୍ୱାର୍ଥ ଦୃଷ୍ଟିକୋଣୁ ବଟଲର ଏହି ନିଷ୍ପତି ନେଇଥିବା ଜଣାପଡିଛି । ଇସିବି ଏବେ ତାଙ୍କ ସ୍ଥାନରେ ଦଳର ନେତୃତ୍ୱ କିଏ ନେବ ସେ ସମ୍ପର୍କରେ କୌଣସି ସୂଚନା ଦେଇନି ।
Comments are closed.