Latest Odisha News

BREAKING NEWS

ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ବାଦାମବାଡ଼ି ଥାନା ଅଞ୍ଚଳର ସ୍ନେହଲତା ଆପାର୍ଟମେଣ୍ଟରୁ ବାପ ଝିଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଫ୍ଲାଟ୍ ରେ ପଡିତିବା ଏକ ଖଟରୁଝିଅର ମୃତ ଦେହ ଉଦ୍ଧାର ହୋଇଥିବାବେଳେ, ବାପା ମାନସଙ୍କର ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ସ୍ନେହଲତା ଆପାର୍ଟମେଣ୍ଟରେ ବାପା ମାନସ ରଞ୍ଜନ ଦାସ ଏବଂ ତାଙ୍କର ଝିଅ ରହୁଥିଲେ । ପ୍ରାୟ ୨ ବର୍ଷ ହେବ ଏହି ଆପାର୍ଟମେଣ୍ଟର ଫ୍ଲାଟ୍ ରେ ଭଡ଼ାରେ ରହୁଥିଲେ ବାପଝିଅ । ଶୁକ୍ରବାର ସକାଳୁ ସେମାନେ ଫ୍ଲାଟ୍ ଛାଡିବାର ଥିଲା । ହେଲେ ଫ୍ଲାଟ ମାଲିକ ସକାଳୁ ଘର କବାଟ ବାଡେଇବା ବେଳେ କେହି ନ ଖୋଲିବାରୁ ପୋଲିସ କୁ ଖବର ଦିଆାଇଥିଲା । ପୋଲିସ ଆସି ଘର କବାଟ ଭାଙ୍ଗିବାରୁ ଉଭୟଙ୍କ ମୃତଦେହ ଘରେ ମିଳିଥିଲା ।

ପୋଲିସ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛି । ତେବେ କେଉଁ ପରିସ୍ଥିତିରେ ଆଉ କାହିଁକି ଉଭୟଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ।

Comments are closed.