Latest Odisha News

BREAKING NEWS

କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ, ଘଟଣା ସ୍ଥଳରେ ଉତ୍ତେଜନା

ଅନୁଗୁଳ : କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ଅକାଳରେ ଜୀବନ ଚାଲିଯାଇଛି । ଘଟଣା ସ୍ଥଳରେ ଅନ୍ୟଜଣେ ଗୁରୁତର ହୋଇପଡିଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ । ଉତ୍ୟକ୍ତ ଲୋକମାନେ କାରକୁ ଜାଳିଦେଇଥିବା ଦେଖିବାକୁ ମିଳିଛି ।

ଲୋକଙ୍କ କହିବା ଅନୁସାରେ କଣିହାଁରୁ ବଜ୍ରକୋଟି ଆଡକୁ ଯାଉଥିବା ଦୃୁତଗାମୀ କାର୍ ରାସ୍ତା କଡରେ ଠିଆ ହୋଇଥିବା ଦୁଇ ଜଣ ଯୁବକଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ସାମ୍ବିଦାକି ସୁଶାନ୍ତ ଧଳଙ୍କମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଶରତ ଜେନା ଏବେ ଚିକିତ୍ସିତ ଅଛନ୍ତି । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବାରୁ ପୋଲିସ ଲୋକଙ୍କୁ ବୁଝା ସୁଝା କରିଛି ।ଏହି କାରଟି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.