Latest Odisha News

BREAKING NEWS

ସରକାର ବଦଳାଇଲେ ନିୟମ, ଏଥର ଅନଲାଇନରେ ହୋଇପାରିବ ଜନଗଣନା

ନୂଆଦିଲ୍ଲୀ: କୋଭିଡ ମହାମାରୀ ପାଇଁ ପ୍ରତି 10 ବର୍ଷ ହେଉଥିବା ଜନଗଣନା କାର୍ଯ୍ୟକ୍ରମ ହୋଇପାରିନଥିଲା। ଯଦିଓ କୋଭିଡ ଏବେ ବି ଯାଇନାହିଁ କିନ୍ତୁ ପୂର୍ବ ଅପେକ୍ଷା ଅନେକ ସୁଧାର ଆସିଥିବାରୁ ସରକାର ଖୁବଶୀଘ୍ର ଜନଗଣନା କରାଇପାରନ୍ତି। ତେବେ ଏଥର ଜନଗଣନା ପାଇଁ ସରକାର ନିୟମରେ ପରିବର୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ ଜନଗଣନା ଜଣେ ଅନଲାଇନରେ ନିଜର ଗଣନା କରିପାରିବେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଇଲେକ୍ଟ୍ରୋନିକ୍ ଫର୍ମ ମାଧ୍ୟମରେ ସୂଚନା ଦେବେ। ନାଗରିକମାନଙ୍କୁ ଅନଲାଇନରେ ଆତ୍ମ-ଗଣନା କରିବାର ଅଧିକାର ଦେବା ପାଇଁ ସରକାର ଜନଗଣନା ନିୟମକୁ ପରିବର୍ତ୍ତନ କରିଛନ୍ତି ବୋଲି କହିଛନ୍ତି।

ନିୟମ ପରିବର୍ତ୍ତନ ହୋଇଛି କିନ୍ତୁ କୌଣସି ପୁରୁଣା ନିୟମରେ ସଂଶୋଧନ ହୋଇନି କି ହଟାଯାଇ ନାହିଁ । ତେଣୁ ଜନଗଣନା ହେଲେ ପୂର୍ବପରି ଜନଗଣନା ସୂଚନା ସଂଗ୍ରହକାରୀ ଟିମ୍ ଯେପରି ଘରକୁ ଘର ଯାଉଥିଲେ ସେହିପରି ଯିବେ। କେବଳ ଜଣେ ଚାହିଁଲେ ଅନ୍ ଲାଇନରେ ନିଜର ଗଣନା କରିପାରିବେ । ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଏହି ନିୟମ ପରିବର୍ତ୍ତନ କରି ସରକାର ‘ଇଲେକ୍ଟ୍ରୋନିକ୍ ଫର୍ମ’ ଶବ୍ଦକୁ ଭର୍ତ୍ତି କରିଛନ୍ତି । ଯାହା ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର 2000ର ଉପ-ବିଭାଗ (ଏକ) ର ଧାରା ଆରରେ ଉଲ୍ଲେଖ ରହିଛି । ଏହି ଇଲେକ୍ଟ୍ରୋନିକ୍ ଫର୍ମ କହିଲେ ଜନଗଣନାରେ ବ୍ୟବହୃତ ହେବାକୁ ଥିବା ଇଲେକ୍ଟ୍ରୋନିକ୍ସ ଗେଜେଟ ଯେମିତିକି ଚୁମ୍ବକୀୟ ଉପକରଣ, ଅପ୍ଟିକାଲ୍, କମ୍ପ୍ୟୁଟର ମେମୋରୀ, ମାଇକ୍ରୋ ଫିଲ୍ମ, କମ୍ପ୍ୟୁଟର ଉତ୍ପାଦିତ ମାଇକ୍ରୋଚିଫ୍ ଇତ୍ୟାଦି । ଯେଉଁ ଉପକରଣ ଗୁଡିକ ଅନ୍ ଲାଇନରେ ସୂଚନା ଦେବା ବେଳେ ବ୍ୟବହାର ହେଉଥିବା ଉପକରଣ ପାଖରୁ ଆରମ୍ଭ କରି ଜମା କରିବା ପର୍ଯ୍ୟନ୍ତ ବ୍ୟବହାର ହେଉଥିବା ଉପକରଣ ରହିଛି।

ଜନଗଣନାର ଗୃହ ତାଲିକା ପର୍ଯ୍ୟାୟ ଏବଂ ଏନପିଆର ଅପଡେଟ୍ 2020 ଏପ୍ରିଲ୍ 1 ରୁ ସେପ୍ଟେମ୍ବର 30 ମଧ୍ୟରେ ଶେଷ ହେବାର ଥିଲା । କିନ୍ତୁ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହା ଆରମ୍ଭ ହେବ ବୋଲି ସୂଚନା ରହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଜନଗଣନା ସଂଚାଳନ ପାଇଁ 10 ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛନ୍ତି।

Comments are closed, but trackbacks and pingbacks are open.