Latest Odisha News

BREAKING NEWS

ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି ଧଉଳି ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ l ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଆଜି ପୋଲିସ ଛାନଭିନ୍‌ କରିଛି । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ଏକ ସୁଇସାଇଡ ନୋଟ୍‌ ଜବତ କରିଛି ପୋଲିସ । ଅଭିଯୁକ୍ତ ସ୍ୱାମୀ ଶ୍ରୀଧରଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ଖୋଳତାଡ କରିବ ବୋଲି ସୂଚନା ମିଳିଛି । ସେପଟେ ମଧୁମିତାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଛାଡପତ୍ର ହୋଇଥିଲା ବୋଲି ମଧୁମିତା ଓ ତାଙ୍କ ପରିବାର ପୂର୍ବରୁ ଜାଣିଥିବା କହିଛନ୍ତି ଶ୍ରୀଧର ।

ସୂଚନା ଅନୁସାରେ, ଦାମ୍ପତ୍ୟ ଜୀବନରେ ଝଡ଼ ଯୋଗୁଁ ଜୁଲାଇ ୨୪ ତାରିଖ ସନ୍ଧ୍ୟାରେ ମଧୁମିତା ପରିଡ଼ା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ମୃତ ମଧୁମିତାଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଧୁମିତାଙ୍କ ସ୍ଵାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ।

ମୃତ୍ୟୁ ପୂର୍ବରୁ ମଧୁମିତା ପ୍ରାୟ ୪ ମିନିଟର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଅନ୍ୟ ଝିଅଙ୍କ ସହ ତାଙ୍କ ସ୍ଵାମୀ ସମ୍ପର୍କ ରଖି ତାଙ୍କୁ ଧୋକା ଦେଉଥିବା ଭିଡିଓଟିରେ ମଧୁମିତା ଅଭିଯୋଗ କରିଥିଲେ। ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା ଉପରୁ ପରଦା ହଟାଇବାକୁ ଖୋଲତାଡ଼ ଆରମ୍ଭ କରିଛି ପୋଲିସ। ସେପଟେ ଅଭିଯୁକ୍ତ ଶ୍ରୀଧରଙ୍କ ମୋବାଇଲ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି।

Comments are closed.