Latest Odisha News

BREAKING NEWS

କରୋନାରେ ଆରପାରିକୁ ଚାଲିଗଲେ ସାମ୍ବାଦିକ ମାନସ ଜୟପୁରିଆ

ଭୁବନେଶ୍ୱର: କରୋନା ଧନୀ, ଗରିବ କିଛି ମାନୁନି । ସଂକ୍ରମଣ କେତେବେଳେ କାହାକୁ କେଉଁଠି ହେଉଛି ଆଉ କାହାର ଜୀବନ କେତେବେଳେ ପାଣି ଫୋଟକା ଭଳି ଚାଲି ଯାଉଛି । କରୋନା ସଂକ୍ରମିତ ଆଉ ଜଣେ ସାମ୍ବାଦିକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । କରୋନାରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ମୃତ୍ୟୁ ହୋଇଛି ।

ସେ ନୋଏଡାରେ ଜୀ ମିଡିଆରେ କାର୍ଯ୍ୟରତ ଥିଲେ । ସେଠାରେ ଅସୁସ୍ଥ ହେବାରୁ ସମ୍ବଲପୁର ଫେରି ଆସି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.