Latest Odisha News

BREAKING NEWS

କରୋନା କବଳରୁ ମୁକୁଳିଲେ ଧୋନୀଙ୍କ ମାତା, ପିତା

ରାଂଚି: ଆନ୍ତର୍ଜାତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଧୋନୀ ଓ ମାତା ଦେବକୀ ଦେବୀ କରୋନା କବଳରୁ ମୁକୁଳିଛନ୍ତି । ଗୁରୁବାର ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । କିଛି ଦିନ ତଳେ ଉଭୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ରାଂଚି ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଛି । ପୂର୍ବରୁ ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ ଓ ସୁବ୍ରମଣ୍ୟମ ବଦ୍ରିନାଥ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.