Latest Odisha News

BREAKING NEWS

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ବର: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ କେଶୋରୀ ମହାପାତ୍ର କରୋନାରେ ପ୍ରାଣ ହରାଇଥିବା ସୂଚନା ମିିଳିଛି।

କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୨୫ରେ ସେ ମୃତ୍ୟୁବରଣ କରିଛନ୍ତି। କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ଏପର୍ଯ୍ୟନ୍ତ ଓଡିଶାର ୩୦ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.