Latest Odisha News

ରାଜ୍ୟସଭାରେ ଗୃହର ନେତା ହୋଇପାରନ୍ତି ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଖୁବଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ମିଳିଥିବା ସୂଚନା ଅନୁଯାୟୀ, ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହ ନେତା କରାଯାଇପାରେ। ବର୍ତ୍ତମାନ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି। ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଜୁନ୍ ରେ ଶେଷ ହେବାକୁ ଯାଉଛି। ପୂର୍ବରୁ ଜାନୁଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା କିନ୍ତୁ ଲୋକସଭା ନିର୍ବାଚନ କାରଣରୁ ତାଙ୍କ କାର୍ଯ୍ୟକାଳ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଏପର୍ଯ୍ୟନ୍ତ ରାଜ୍ୟସଭାରେ ଗୃହନେତା ଥିବା ପୀୟୂଷ ଗୋଏଲ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ସାଂସଦ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ ବରିଷ୍ଠତା ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଜେପି ନଡ୍ଡାଙ୍କୁ ଏହି ପଦ ଦିଆଯାଇପାରେ। ସୂଚନାଯୋଗ୍ୟ, ରାଜ୍ୟସଭାରେ ଗୃହ ନେତା ହେଉଛନ୍ତି ସବୁଠାରୁ ବଡ଼ ସଂସଦୀୟ ଦଳର ନେତା। ଏମାନଙ୍କର ବିଶେଷ ମହତ୍ତ୍ୱ ରହିଛି।

ରାଜ୍ୟସଭାରେ ଗୃହନେତାଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଗୃହକାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବେ। ଏହାକୁ ପରିଚାଳନା କରିବାର ଦାୟିତ୍ୱ ରହିଛି। ଗୃହ ନେତା ଓ ବିରୋଧୀ ଦଳ ନେତା ଯେକୌଣସି ସମୟରେ ଠିଆ ହୋଇ ଯେକୌଣସି ପ୍ରସଙ୍ଗରେ ମୁହଁ ଖୋଲିପାରିବେ। ଏହା ସେମାନଙ୍କ ଅଧୀନରେ ଆସୁଛି। ଯଦିଓ ଏହା ସାମ୍ବିଧାନିକ ପଦ ନୁହେଁ, ତଥାପି ରାଜ୍ୟସଭାର ନିୟମ ଅନୁଯାୟୀ ଏହି ପଦବୀର ନିଜସ୍ୱ ବ୍ୟବସ୍ଥା ରହିଛି।

Comments are closed.