ମୁମ୍ବାଇ: ଆରଆରଆର ଫିଲ୍ମ ଦେଶ ଓ ବିଦେଶରେ ବ୍ଲକବଷ୍ଟର ହୋଇପାରିଛି । ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ଜୁନିୟର ଏନଟିଆର ଓ ରାମଚରଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଇତି ମଧ୍ୟରେ ଏକ ଖବର ହସ୍ତଗତ ହୋଇଛି ଯେ, ଜୁନିୟର ଏନଟିଆରଙ୍କ କୋମରାମ ଭୀମ ଅଭିନୟରେ ବିଭିନ୍ନ ବିଦେଶୀ ମିଡିଆ ପ୍ରଭାବିତ ହୋଇଛନ୍ତି । ଏପରିକି ସେମାନେ ଓସ୍କାର ଶ୍ରେଷ୍ଠ ଅଭିନେତା ପାଇବା ପାଇଁ ଏହି ଅଭିନେତା ହକଦାର ବୋଲି ଭବିଷ୍ୟବାଣୀ କରିଛନ୍ତି । ଲୋକପ୍ରିୟ ପତ୍ରିକା ଭ୍ୟାରେଟି ଟପ ଫିଲ୍ମ ତାଲିକାରେ ଆରଆରଆର ଓ ଅଭିନେତା ଶ୍ରେଣୀରେ ଜୁନିୟର ଏନଟିଆରଙ୍କୁ ସାମିଲ କରିଛି । ପତ୍ରିକାର ଏହି ଭବିଷ୍ୟବାଣୀ ଭାରତୀୟ ସିନେପ୍ରେମୀଙ୍କୁ ଉତ୍ସାହିତ କରିଛି । ପୂର୍ବରୁ ହଲିଉଡ ସମାଲୋଚକ ଟିମ ୨ଥର ଏହି ଫିଲ୍ମ ଏବଂ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି । ଜୁନିୟର ଏନଟିଆର ଓସ୍କାରର ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇବା ଏବେ ଅସମ୍ଭବ ଲାଗୁ ନାହିଁ ।
BREAKING NEWS
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
Comments are closed.