Latest Odisha News

BREAKING NEWS

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ

ଭଦ୍ରକ: ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବା ପରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ, ବର୍ତ୍ତମାନ ଜଳସ୍ତର ୧୮.୭୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଦେଇ ଗେଙ୍ଗୁଟିରେ ପାଣି ପଶିବାରୁ ଦୋବଲ ଜୋନର କିଛି ଅଂଶ ଜଳମଗ୍ନ ହୋଇଛି। ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ଥିବା ମଲ୍ଲିମାହାରା ଏସକେପରେ ପାଣି ପଶି ତଳ ଆନନ୍ଦପୁର, ନଡ଼ିଆବାଗ ଅଞ୍ଚଳ ଜଳମଗ୍ନ ହୋଇଛି।

ସେହିପରି ଗୌରାଙ୍ଗପୁର ଏସକେପରେ ବନ୍ୟା ଜଳ ପ୍ରବେଶ କରିବାରୁ ସୋହଡ଼ା, କରଦା ଓ ପଧାନି ପଞ୍ଚାୟତର କିଛି ଅଂଶ ଜଳମଗ୍ନ ହୋଇଛି। ବିଶେଷ କରି ଖଡ଼ିପଦାର କାଞ୍ଜିଆପାଳ, ବେଦପୁର, ସୋହଡ଼ାର ମିଶ୍ରପୁର, ପିତେଇପୁର, ବାଲିପଡ଼ା ଗ୍ରାମରେ ପାଣି ପଶିଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି। ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗାଁରେ ପାଣି ମାଡ଼ି ଯାଇଛି। ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

Leave A Reply

Your email address will not be published.