Latest Odisha News

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା-୧’, ହଲରେ ଖଚାଖଚ ଭିଡ

ମୁମ୍ବାଇ: ରିଲିଜ ହୋଇଛି ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା ପାର୍ଟ -୧’ । ଜୁନିଅର ଏନଟିଆରଙ୍କ ଆରଆରଆର ଚଳଚିତ୍ରର ୬ ବର୍ଷ ପରେ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଆକ୍ସନ ବୟଙ୍କ ‘ଦେବାରା ପାର୍ଟ -୧’ l ଫିଲ୍ମର ଟ୍ରେଲର ରିଲିଜ ହେବ ପରଠାରୁ ପ୍ରଶଂସକମାନେ ବେଶ ଉତ୍ସାହର ସହ ଚଳଚିତ୍ରକୁ ଅପେକ୍ଷା କରିଥିଲେ l ଦେଶର ଅଧିକାଂଶ ଫିଲ୍ମ ହଲରେ ଆଜି ମୁକ୍ତିଲାଭ କରିଛି ‘ଦେବାରା ପାର୍ଟ -୧’ l ଫିଲ୍ମ ଦେଖିବା ପାଇଁ ରାତି ନ ପାହୁଣୁ ଫିଲ୍ମ ହଲ ଆଗରେ ଲାଗିରହିଛି ପ୍ରଶଂସକ ମାନଙ୍କ ଖଚାଖଚ ଭିଡ l

ଫିଲ୍ମରେ ଜୁନିଅର ଏନଟିଆରଙ୍କୁ ଦମଦାର ଅନ୍ଦାଜ ଦେଖିବାକୁ ମିଳିଥିବାବେଳେ ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି l ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ‘ଦେବାରା ପାର୍ଟ -୧’ ମାଧ୍ୟମରେ ଦକ୍ଷିଣ ଚଳଚ୍ଚିତ୍ରରେ ଡେବ୍ୟୁ କରିଛନ୍ତି l ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଛନ୍ତି l ତେବେ ଫିଲ୍ମର ଆଡ଼ଭାନ୍ସ ବୁକିଂ ଉପରେ ନଜର ପକେଇଲେ ପ୍ରଥମ ଦିନରେ ଫିଲ୍ମଟି ଭଲ ରୋଜଗାର କରିବା ନେଇ ଆଶା ପ୍ରକାଶ କରାଯାଉଛି l ଆଶା କରାଯାଉଛି ଯେ ‘ଦେବରା-୧’ ରିଲିଜ୍ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ ।

ଦେବାରା-୧ ହେଉଛି ଏକ ତେଲୁଗୁ ଆକ୍ସନ୍ ଡ୍ରାମା lକୋରତାଲା ଶିବ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା ରହିଛି | ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି ସୈଫ ଅଲି ଖାନ । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

Leave A Reply

Your email address will not be published.