Latest Odisha News

BREAKING NEWS

ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜେଏସ୍‌ପିଏଲ୍ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ ।

ନୂତନ ଭାବେ ଲୋକାର୍ପିତ ହୋଇଥିବା କୋଭିଡ୍ କେୟାର ସେଣ୍ଟର ୧୦ଟି ନନ୍ ଇନଭାସିଭ ଭେଣ୍ଟିଲେଟର୍ ବେଡ୍ ଓ ୫ଟି ଆଇସିୟୁ ବେଡ୍ ଦ୍ୱାରା ବ୍ୟବସ୍ଥିତ ହୋଇଛି । ପୂର୍ବରୁ କରୋନା ମହାମାରୀ ପାଇଁ ଦେଶର ବିଭିନ୍ନ ଡାକ୍ତରଖାନାକୁ ଜେଏସ୍‌ପିଏଲ୍ ତରଳ ଅମ୍ଳଜାନ ଯୋଗାଇଥିଲା । ମହାମାରୀରେ ସମୟରେ ଜେଏସ୍‌ପିଏଲର ଭୂମିକା ଓ କୋଭିଡ କେୟାର ସେଣ୍ଟରରେ ଥିବା ବିଭିନ୍ନ ସୁବିଧାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ ।

ଆଗାମୀ ଦିନରେ ଜୁଲାଇ ମାସ ସୁଦ୍ଧା କୋଭିଡ କେୟାର ସେଣ୍ଟରର କ୍ଷମତାକୁ ୪୦୦ ଶଯ୍ୟାରେ ବୃଦ୍ଧି କରାଯିବାକୁ ଯୋଜନା ରହିଛି । ତେବେ ତାଜା ସ୍ଥିତିରେ ସାଧାରଣ ଜନତା ଏହି କୋଭିଡ କେୟାର ସେଣ୍ଟରରେ ମାଗଣା କୋଭିଡ-୧୯ ପରୀକ୍ଷଣ, ସଙ୍ଗରୋଧ କେନ୍ଦ୍ର. ଆମ୍ବୁଲାନ୍ସ ସେବା, ମାଗଣା ଔଷଧ ଓ ଖାଦ୍ୟ ସମେତ ଚିକିତ୍ସା ସେବା ପାଇପାରିବେ । ଏପରିକି ଦିବାରାତ୍ରି ସେବା ଯୋଗାଇବାକୁ ସ୍ୱତନ୍ତ୍ର ଭାବେ ଡାକ୍ତର ଓ ପାରାମେଡିକ୍ସ ଦଳ ନିୟୋଜିତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.