Latest Odisha News

BREAKING NEWS

ଓଡ଼ିଶାରେ ଗ୍ରୀନଫିଲ୍ମ କ୍ରୁଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ JSW ଉତ୍କଳ ଷ୍ଟିଲକୁ ପରିବେଶ ମଞ୍ଜୁରୀ

ମୁମ୍ବାଇ:  ଓଡ଼ିଶାରେ ଗ୍ରୀନଫିଲ୍ମ କ୍ରୁଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପରିବେଶ ମଞ୍ଜୁରୀ  । ୭୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଜେଏସ୍ଡବ୍ଲ୍ୟୁ ମାଲିକାନାରେ ଥିବା ସହାୟକ କମ୍ପାନୀ ତଥା ୧୩ ବିଲିୟନ୍ ଡଲାର ଜେଏସ୍ଡବ୍ଲ୍ୟୁ ଗ୍ରୁପର ଏକ ଅଂଶ  । ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ (ଜେୟୁଏସ୍ଏଲ୍) ଏକ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ (ଆଇଏସ୍ପି) ପ୍ରତିଷ୍ଠା ନିମନ୍ତେ ପରିବେଶ ମଞ୍ଜୁରୀ ହାସଲ କରିଛି ।

ବର୍ଷକୁ ୧୩.୨ ମିଲିୟନ କ୍ରୁଡ୍ ଷ୍ଟିଲ୍ ବା ଅଶୌଧିତ ଇସ୍ପାତ କ୍ଷମତା ବିଶିଷ୍ଟ ହେବାକୁ ଥିବା ଏହି ଗ୍ରୀନଫିଲ୍ଡକୁ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ
ପରିବର୍ତ୍ତନ ମବଣାଳୟ ଉକ୍ତ ମଞ୍ଜୁରୀ ପ୍ରଦାନ କରିଛି । ଏହି ମେଗା ପ୍ରୋଜେକ୍ଟ ୭୨,୦୦୦ ଲୋକଙ୍କ ନମିନ୍ତେ (୧୫,୦୦୦ ପ୍ରତ୍ୟକ୍ଷ
ଏବଂ ୫୭,୦୦୦ ପରୋକ୍ଷ) ରୋଜଗାର ସୁଯୋଗ ସଷ୍ଟୃ  କରିବ । ଏହା ଦ୍ୱାରା ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବ।
୨,୯୫୦ ଏକର ଏରିଆରେ ହେବାକୁ ଥିବା ଏହି ପ୍ରୋଜେକ୍ଟରେ ମାତ୍ର ୨.୬ ଏକର ଘରୋଇ ଜମିରେ କାମ ହେବ, ଯେଉଁଥିପାଇଁ ଜମି ମାଲିକଙ୍କ
ସହମତି ମିଳିସାରିଛି।

ଅତ୍ୟାଧୁନିକ ଏବଂ ପରିବେଶ ଅନୁକୂଳ ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ (ଆଇଏସ୍ପି) ପ୍ରୋଜେକ୍ଟ ପ୍ରାୟ ୬୫,୦୦୦ କୋଟି ଟଙ୍କା ବ୍ୟୟ ହେବ
ବୋଲି ଆକଳନ କରାଯାଇଛି । ଏହାକୁ ଜେଏସ୍ଡବ୍ଲ୍ୟୁ ବୋର୍ଡ ସଦସ୍ୟଙ୍କ ଅନୁମୋଦନ ମିଳିସାରିଛି। ଓଡ଼ିଶା ସରକାର ଏଥିପାଇଁ ଜମି ପ୍ରଦାନ କରିବା
ମାତ୍ରେ ପର୍ଯ୍ୟାୟ ଭିତ୍ତିରେ ପ୍ରକଳ୍ପ କାମ ଆରମ୍ଭ ହେବ।  ଅନୁମୋଦନ ପ୍ରାପ୍ତ ଏହି ପ୍ରକଳ୍ପ ଉତ୍ପାଦନ କ୍ଷେତ୍ରରେ ଦେଶରେ ସବୁଠାରୁ ବଡ଼ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ। ଏଥିରେ ବାର୍ଷିକ ୧୦ ମିଲିୟନ ଟନର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ରହିଛି, ଯାହା କି ଇସ୍ପାତ ତିଆରିରେ ଉତ୍ପାଦିତ
ସ୍ଲାଗ୍ର ପ୍ରକ୍ରିୟାକରଣ କରିବ। ଏହି ପ୍ରକଳ୍ପରେ ଏକ ୯୦୦ ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ୫୨ ଏମ୍ଟିପିଏ ହ୍ୟାଣ୍ଡଲିଂ କ୍ଷମତା ବିଶିଷ୍ଟ
କ୍ୟାପ୍ଟିଭ୍ ଜେଟି ମଧ୍ୟ ରହିଛି।

୨୦୧୯ ଡିସେମ୍ବରରେ ପ୍ରୋଜେକ୍ଟ ସାଇଟ୍ରେ ଏକ ସଫଳ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ପ୍ରଭାବିତ ହେବାକୁ ଥିବା ୩ ପଞ୍ଚାୟତର

ବହୁସଂଖ୍ୟାରେ ଲୋକ ଏଥିରେ ଉପସ୍ଥିତ ଥିଲେ। ୨୦୨୧ ଡିସେମ୍ବରରେ ଜିଲା ପ୍ରଶାସନ ସରକାରୀ ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲା । ୩ ପ୍ରଭାବିତ ପଞ୍ଚାୟତରେ ୫ ଜନଶୁଣାଣି ଆୟୋଜିତ କରାଯାଇଥିଲା। ଏଥିରେ ଜିଲାପାଳ, ଜଗତସିଂହପୁର ଏସ୍ପି, ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି, ପଞ୍ଚାୟତରାଜ ସଂସ୍ଥାର ସଦସ୍ୟଙ୍କ ସମେତ ସା୍ଥ ନୀୟ ବାସିନ୍ଦା ଏବଂ ପ୍ରୋଜେକ୍ଟ ପ୍ରତିନଧି ମାନେ ଅଂଶଗ୍ରହଣ କରିଥିଲେ।

ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ- ତହସିଲଦାର, ଆଇଡିସିଓ ଅଧିକାରୀ, ରାଜସ୍ୱ  ଅଧିକାରୀ ଏବଂ ପ୍ରକଳ୍ପ ପ୍ରତିନିଧିଙ୍କ ପାନବରଜର ଆକଳନ ଏବଂ ସେଗୁଡ଼ିକୁ ହଟାଯିବା ନିମନ୍ତେ ଏକ ସ୍ୱଚ୍ଛ ପ୍ରକ୍ରିୟା ଅନୁସରଣ କରାଯାଇଥିଲା । ପାନବରଜ ମାଲିକ ମଧ୍ୟ ସ୍ୱଇଚ୍ଛାରେ ଏ ବାବଦରେ ଉଚିତ କ୍ଷତିପୂରଣ ନିମନ୍ତେ ରାଜି ହୋଇଥିଲେ।

ଦକ୍ଷତାବକି।ଶ, ସାମାଜକି ଭତ୍ତି ଭୂମି, ବର୍ଜ୍ୟ ବସ୍ତୁ ପରିଚାଳନା,  ପରିବେଶ, ପାନୀୟ ଜଳ, ମହିଳା ସଶକ୍ତୀକରଣ ଆଦି ସମେତ ପ୍ରକଳ୍ପର
ପାରିପାଶ୍ୱର୍ିକ ବିକାଶ ନିମନ୍ତେ କମ୍ପାନୀ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଧାର୍ଯ୍ୟ କରିଛି।   (ଇଆଇଏ) ଆଧାରରେକମ୍ପାନୀ ପରିବେଶ ସୁରକ୍ଷା ବାବଦକୁ ୨,୮୫୦ କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛି।  ଜେଏସ୍ଡବ୍ଲ୍ୟୁର ଚେୟାରମ୍ୟାନ୍ ଏବଂ ଏମ୍ଡି ସଜ୍ଜନ ଜିନ୍ଦଲ କହିଛନ୍ତି, ବିଶ୍ୱରେ ଆଞ୍ଚଳିକ ଅର୍ଥନୀତିର ଅଭିବୃଦ୍ଧି ମୁଖ୍ୟତଃ ଖଣି ଉତ୍ସ, କୁଶଳ ମାନବ ଶକ୍ତି, ଯୋଗାଯୋଗ ଏବଂ ବାଣିଜ୍ୟ ଭିତ୍ତିଭୂମି ଉପରେ ନିର୍ଭର କରେ।

ଖଣିଜ ସମ୍ପଦସହ ଓଡ଼ିଶା ଭବିଷ୍ୟତରେ୧୫ ମିଲିୟନ ଟନ୍ ଆଲୁମିନିୟମ, ୪୦୦ ମିଲିୟନ ଟନ୍ ଲୁହାପଥର  ଏବଂ ୨୫୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବାର କ୍ଷମତା ରଖିଛି ।  ଲୁହାପଥର ଏବଂ କୁଶଳୀ ଶ୍ରମିକଙ୍କ ଯୋଗୁ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି।  ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ଭିତ୍ତିଭୂମି ନିର୍ମାଣରେ ୧୦୦ ଟ୍ରିଲିୟନ୍ ଟଙ୍କା ବିନିଯୋଗ କରିବାକୁ ଘୋଷଣା କରିଛି। ଇସ୍ପାତକୁ ଶିଳ୍ପ ବିକାଶର ମେରୁଦଣ୍ଡ ଭାବେ ବିବେଚନା କରାଯାଏ।

୨୦୦୫ ବର୍ଷ ଆଧାରରେ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନରେ ୪୨ ପ୍ରତିଶତ ହ୍ରାସ ପାଇଁ ଟାର୍ଗେଟ ରଖିଛି। ଦୀର୍ଘସ୍ଥାୟୀ ଉତ୍ପାଦନ, ନିର୍ଗମନରେ ନିୟବଣ ସହ ଉତ୍ସର ଉପଯୁକ୍ତ ବ୍ୟବହାର ସହ ଡିଜିଟାଲାଇଜେଶନ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ କମ୍ପାନୀ ଆର୍ ଆଣ୍ଡ ଡିରେ ମଧ୍ୟ ନିବେଶ କରୁଛି । ୨୦୩୦ରେ କାର୍ବନ ନିର୍ଗମନ ହ୍ରାସ ଟାର୍ଗେଟ ହାସଲ କରବି । ସମ୍ବନ୍ଧରେ ଜେଏସଡ୍ ବ୍ୟ୍ଲୁ ଷ୍ଟିଲ୍ ୨୦୨୧ରେ ଗୋ୍ଲ ବାଲ
ଷ୍ଟିଲ୍ ଇଣ୍ଡଷ୍ଟ୍ରିର ପ୍ରଥମ ସସ୍ଟେନେବିଲିଟି-ଲିଙ୍କ୍ଡ ୟୁଏସ୍ ଡଲାର ବଣ୍ଡ୍ ଜାରି କରିଛି ।

Leave A Reply

Your email address will not be published.