Latest Odisha News

BREAKING NEWS

ଟେନିସ ର‌୍ୟାଙ୍କିଙ୍ଗରେ ଭାରତର ଏକ ନମ୍ବର ଖେଳାଳି ହେଲେ ଓଡିଶାର ଆହାନ

ଭୁବନେଶ୍ୱର: ୧୨ ବର୍ଷରୁ କମ ବାଳିକା ବର୍ଗରେ ଓଡିଶା ଝିଅ ଆହାନ ଭାରତର ଏକ ନମ୍ବର ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ଟେନିସ ସଂଘ ପକ୍ଷରୁ ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ବାଜି ମାରିଛନ୍ତି ଆହାନ । ହରିୟାଣାର ଅନିନ୍ଦିତା ଉପାଧ୍ୟାୟଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି । ଆହାନଙ୍କ ପଂଏଟ ୬୭୨.୫ ରହିଥିଛି । ମୁମ୍ବାଇରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଅନିନ୍ଦିତାଙ୍କୁ ୬-୪ ଓ ୬-୧ ସେଟରେ ପରାସ୍ତ କରି ଜାତୀୟ ଟାଇଟଲ ହାସଲ କରିଥିଲେ । ଏହା ତାଙ୍କୁ ର‌୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହୋଇଥିଲା ।

ବିଭିନ୍ନ ମହଲରେ ଆହାନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଆଗାମୀ ଦିନରେ ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ମାନ ରଖିବେ ବୋଲି କ୍ରୀଡା ସମୀକ୍ଷକ ଏବଂ ପ୍ରଶଂସକମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.