ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ। ପୁରୀ ସ୍ଵର୍ଗଦ୍ଵାରରେ ଯୁଧିଷ୍ଠିର ସାମନ୍ତରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପ୍ରିୟବତ ସାମନ୍ତରାୟ ମୁଖାଗ୍ନି ଦେଇଛନ୍ତି। ତେବେ ଯୁଧିଷ୍ଠିରଙ୍କ ଶେଷ ଦର୍ଶନ ସମୟରେ ସ୍ଵର୍ଗଦ୍ଵାରରେ ପିପିଲି ଡେଲାଙ୍ଗ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି।
ସୂଚନାମୁତାବକ, ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ଯୁଧିଷ୍ଠିର ସାମନ୍ତରାୟ 1995 ରୁ 2000 ମସିହା ଯାଏଁ କଂଗ୍ରେସ ଦଳର ବିଧାୟକ ରହିଥିଲେ। ସେହିପରି 1984 ରୁ 1990 ପର୍ଯ୍ୟନ୍ତ ଯୁଧିଷ୍ଠିର ପିପିଲି ଏନଏନସି ଅଧ୍ୟକ୍ଷ ଥିଲେ।
ଗତ କିଛବର୍ଷ ହେବ ସେ ଶାରୀରିକ ଅସୁସ୍ଥତାରେ ଥିବା ବେଳେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକରେ ସମଗ୍ର ପିପିଲିରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶୁଭେଚ୍ଛୁ, ବନ୍ଧୁ ଓ ପରିବାରବର୍ଗ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
Comments are closed.