ଭୁବନେଶ୍ୱର: ଦେଶରେ ସାକ୍ଷୀ ପ୍ରଦାନକାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜତାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର । “ସାକ୍ଷୀଙ୍କୁ ସୁରକ୍ଷା ଦେବା ବିଷୟରେ ନ୍ୟାୟପାଳିକା ମଧ୍ୟ ଦୁର୍ବଳ । ରାଜ୍ୟ ସରକାର ଏବଂ ପୋଲିସର ଏଥିରେ ଏକ ମୁଖ୍ୟ ଭୂମିକା ରହିଛି । ସାକ୍ଷୀ ର ଜୀବନ ପ୍ରତି ଥିବା ବିପଦକୁ ମାପ କରି ବିଚାର ସମୟରେ ଏବଂ ଏହାର ପରବର୍ତ୍ତୀ ସମୟରେ ମଧ୍ୟ ସୁରକ୍ଷା ଦେବାର ଆବଶ୍ୟକତା ଅଛି” ।
୧୫ଟି ଜିଲ୍ଲାରେ ଭଲନରବେଲ୍ ୱିଟ୍ନେସ ଡିପୋଜିସନ ସେଣ୍ଟର ( ଭିଡବ୍ଲୁଡିସି- ସମ୍ବେଦନଶୀଳ ସାକ୍ଷୀ ପ୍ରଦାନ କେନ୍ଦ୍ର) ଉଦଘାଟନ ସମୟରେ ଓଡ଼ିଶା ମୁଖ୍ୟ ବିଚାରପତି ଏହି ମତବ୍ୟକ୍ତ କରିଛନ୍ତି ।
କୋର୍ଟରେ ବିଚାର ଚାଲୁଥିବା ସମୟରେ ମଧ୍ୟ ସାକ୍ଷୀଙ୍କ ଉପରକୁ ଆକ୍ରମଣ ହୋଇଥିବା କଥା ଜଷ୍ଟିସ ମୂରଲୀଧର ଉଲ୍ଲେଖ କରିଥିଲେ । ସେ କହିଥିଲେ, କେବଳ ଦିଲ୍ଲୀ କିମ୍ବା ଭାରତରେ ନୁହେଁ, ଓଡ଼ିଶାରେ ମଧ୍ୟ ସାକ୍ଷୀ ମାନଙ୍କ ଉପରେ ଆକ୍ରମଣ ହେଉଛି । ଧମକ, ଗୁଳିମାଡ଼, କୋର୍ଟ ଭିତରେ ଆକ୍ରମଣ ଆଦି ଘଟଣା ଦେଖିବାକୁ ମିଳୁଛି ।
ପ୍ରତି ଆଠଟି ଅପରାଧିକ ମାମଲାର ଅପରପାଶ୍ୱର୍ରେ ଦୁଇଟି ସିଭିଲ୍ କେସ୍ ଆସୁଛି । ଯାହାର ଅନୁପତା ୮:୨୦ ରହିଛି । ଓଡ଼ିଶାର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ କୋର୍ଟ ରହିଛି । ସେହି ସ୍ଥାନ ଗୁଡ଼ିକରେ ମାତ୍ରାଧିକ ଅପରାଧିକ ମାମଲା ରେଜିଷ୍ଟର ହେଉଛି ।
ଭିଡବ୍ଲୁଡିସିର ଅତ୍ୟନ୍ତ ଆବଶ୍ୟକତା ରହିଛି । ପୀଡ଼ିତଙ୍କୁ ନ୍ୟାୟ ଦେବାରେ ଏହାର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜଷ୍ଟିସ ମୂରଲୀଧର କହିଥିଲେ ।
ଶନିବାର ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଯାଜପୁର, ଝାରସୁଗୁଡ଼ା, କେଉଁଝର, ବାରିପଦା, ପୁରୀ, ଫୁଲବାଣୀ, ରାୟଗଡ଼ା ଏବଂ ସୁନ୍ଦରଗଡ଼ରେ ଭିଡବ୍ଲୁଡିସି ଉଦଘାଟିତ ହୋଇଯାଇଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟସ ଏଲ. ନାଗେଶ୍ୱର ରାଓ ଏହାକୁ ଉଦଘାଟନ କରିଛନ୍ତି ।
Comments are closed.