Latest Odisha News

BREAKING NEWS

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି ।

ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ ତାଙ୍କ ସହଯୋଗୀ ରହିଥିଲେ କାମି ରିତା ସେର୍ପା । ତାଙ୍କ ସାହାଯ୍ୟ ବିନା ଏ ଯାତ୍ରା ଅସମ୍ଭବ ବୋଲି ବ୍ୟକ୍ତ କରିଛନ୍ତି ଓଡ଼ିଆ ପର୍ବତାରୋହୀ ।

ପୂର୍ବରୁ ସିଦ୍ଧାର୍ଥ ଉତ୍ତର ଆମେରିକାର ମାଉଣ୍ଟ ଡେନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଏକୋନକାଗୁଆ ଏବଂ ଆଫ୍ରିକାର ମାଉଣ୍ଟ କିଲିମଞ୍ଜାରୋ ତିନୋଟି ଗିରିଶୃଙ୍ଗ ଆରୋହଣ କରିସାରିଛନ୍ତି । ସାତଟି ମହାଦେଶର ସାତଟି ଉଚ୍ଚତମ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ ରଖିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ।

ପୂର୍ବରୁ ୫୧୨ କି.ମି ଟ୍ରାଏଥଲନ ପୂର୍ଣ୍ଣ କରି ପ୍ରଥମ ଓଡ଼ିଆ ଅଲଟ୍ରାମ୍ୟାନ୍ ଖ୍ୟାତି ଅର୍ଜନ କରିଛନ୍ତି । ୨୦୧୬ ମସିହାରେ ୨୨୬ କି.ମି ଟ୍ରାଏଥଲନକୁ ସଫଳତାର ସହ ସମାପ୍ତ କରି ପ୍ରଥମ ଓଡ଼ିଆ ଆଇରନମ୍ୟାନ୍ ରୂପେ ପରିଚିତ ହୋଇଛନ୍ତି ।

Leave A Reply

Your email address will not be published.