Latest Odisha News

ଛୋଟ ଘଟଣାକୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଅମୀର୍‌ଙ୍କ ସହ କଥା ହୋଇନଥିଲେ ଜୁହି ଚାୱଲା

ନୂଆଦିଲ୍ଲୀ: ୯୦ ଦଶକରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ବଲିଉଡରେ ଅଭିନେତ୍ରୀ ଜୁହି ଚାୱଲା। ଆଜି ହେଉଛି ଜୁହି ଚାୱଲାଙ୍କ ଜନ୍ମଦିନ। ଜୁହି ବଲିଉଡର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯଦି ସେ ସଫଳତାର ସ୍ୱାଦ ଚାଖିଛନ୍ତି, ତେବେ ସେ ଅନେକ ଫ୍ଲପ୍ ଫିଲ୍ମ କରି ବିଫଳତାର ସ୍ୱାଦ ମଧ୍ୟ ପାଇଛନ୍ତି।

ଏକ ସମୟରେ ଜୁହି ଏବଂ ଅମୀର ଖାନଙ୍କୁ ଅତି ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରାଯାଉଥିଲା। ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ୯୦ ଦଶକରେ ଜୁହି ଏବଂ ଅମୀରଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରୁଥିଲେ। ଉଭୟଙ୍କ ଅଭିନୀତ ଚଳଚ୍ଚିତ୍ର କୟାମତ୍‌ ସେ କୟାମତ୍‌ ତକ୍‌ ଏବେ ବି ସ୍ମରଣୀୟ।

କିନ୍ତୁ ଏମିତି ବି ଏକ ସମୟ ଥିଲା ଯେତେବେଳେ ଜୁହି ଅମୀରଙ୍କ ସହ କାମ ନକରିବାକୁ ଶପଥ ନେଇଥିଲେ। ଏହି ଘଟଣାଟି ୨୩ ବର୍ଷ ପୁରୁଣା ଯେତେବେଳେ ଜୁହି ଇସ୍କ ଫିଲ୍ମ ପାଇଁ ସୁଟିଂ କରୁଥିଲେ। ଅମୀରଙ୍କ ବ୍ୟତୀତ ଅଜୟ ଦେବଗନ ଏବଂ କାଜୋଲ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଥିଲେ।

ସେହି ଚଳଚ୍ଚିତ୍ର ସମୟରେ ଅମୀର ଖାନ ଜୁହି ଚାୱଲାଙ୍କ ସହ ଏପରି ଥଟ୍ଟା କରିଥିଲେ ଯେ ଜୁହି ଭୀଷଣ ରାଗି ଯାଇଥିଲେ। ଯେଉଁଥିପାଇଁ ସେ ତାଙ୍କ ସହ ଆଉ କାମ କରିବାକୁ ଚାହିଁନଥିଲେ। ତେବେ ଘଟଣାଟି ହେଉଛି ଅମୀର ଜୁହିଙ୍କୁ କହିଥିଲେ ଯେ ସେ ଜ୍ୟୋତିଷ ଶାସ୍ତ୍ର ଜାଣନ୍ତି।

ସେ ଜୁହିଙ୍କୁ ହାତ ଦେଖାଇବାକୁ କହିଥିଲେ। ଯେତେବେଳେ ଜୁହି ଉତ୍ସାହିତ ନିଜ ହାତ ଦେଖାଇଥିଲେ ଅମୀର ତାଙ୍କ ହାତରେ ଛେପ ପକାଇଦେଇଥିଲେ। ଅମୀରଙ୍କ ଏହି କାର୍ଯ୍ୟ ଜୁହିଙ୍କ କ୍ରୋଧିତ କରିଥିଲା। ସପ୍ତମ

ଜୁହି ସେଟ ଛାଡି ଚାଲିଯାଇଥିଲେ ଏବଂ ଅମୀରଙ୍କ ସହ ପୁରା ପାଞ୍ଚ ବର୍ଷ କଥା ହୋଇନଥିଲେ। ଏହା ପରେ କୌଣସି ଫିଲ୍ମ ଏକାଠି ସେମାନଙ୍କୁ ଦେଖିବାକୁ ମଧ୍ୟ ମିଳିନଥିଲା।

ଆମୀର ଖାନ୍‌ ଏବଂ ଜୁହି ଚାୱଲା ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘କୟାମତ୍‌ ସେ କୟାମତ୍‌ ତକ୍’‌, ଲଭ ଲଭ ଲଭ, ତୁମ ମେରେ ହୋ, ଦୌଲତ୍‌ କି ଜଙ୍ଗ’ ଭଳି ହିଟ୍‌ ଚଳଚ୍ଚିତ୍ରରେ ଉଭୟ ଏକାଠି କାମ କରିଛନ୍ତି।

Leave A Reply

Your email address will not be published.