Latest Odisha News

BREAKING NEWS

ବୁଡ଼ିଗଲା ୧୨୦ ଜଣଙ୍କୁ ନେଇ ଯାଉଥିବା ବୋଟ୍; ୭୪ ମୃତ

ତ୍ରିପୋଲ: ୟୁରୋପର ଲିବିୟା ବନ୍ଦରଗାହ ଉଲ-ଖୁମ୍ସ ନିକଟରେ ବୁଡିଯାଇଛି ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ । ଏହି ବୋଟରେ ୧୨୦ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୭୪ ଜଣ ବୁଡିଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ।

ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ଏହି ସ୍ଥାନରେ ପ୍ରାୟ ୮ ଥର ବୋଟ୍ ବୁଡି ଘଟଣା ଘଟିସାରିଛି। ବୋଟ ବୁଡିବା ସମୟରେ ମହିଳା ଓ ପିଲାଙ୍କୁ ମିଶାଇ ଏଥିରେ ମୋଟ ୧୨୦ ଜଣ ଯାତ୍ରୀ ଥିଲେ।

ଆନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାତ୍ର ୪୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

 

Leave A Reply

Your email address will not be published.