Latest Odisha News

ଜୁନ୍ ୨୫ ସୁଦ୍ଧା ସମାପ୍ତ ହେବ ରଥଯାତ୍ରା ପ୍ରସ୍ତୁତି

ପୁରୀ: ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ ଶେଷ ହୋଇଛି । ଏହି ବୈଠକର ନିଷ୍ପତ୍ତି କ୍ରମେ ଆସନ୍ତା ଜୁନ୍ ୨୫ ତାରିଖ ସୁଦ୍ଧା ରଥଯାତ୍ରାର ସମସ୍ତ ପ୍ରସ୍ତୁତି ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

ଏହି ବୈଠକରେ ଯେଉଁ ନିଷ୍ପତ୍ତି ଗୁଡ଼ିକ ଧାର୍ଯ୍ୟ ହୋଇଛି ତାହାର ବିବରଣୀ:

୧ – ଜୁନ୍ ୨୫ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହେବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକୁ ଅବଗତ କରାଯିବ ।

୨ – ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୃକ୍ତ ବିଭାଗ ଗୁଡ଼ିକ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବେ ।

୩ – ଆସନ୍ତା ୩ ମାସ ମଧ୍ୟରେ ପ୍ରମୁଖ ବନ ସଂରକ୍ଷକ (ପିସିସିଏଫ) ରଥ ନିର୍ମାଣରେ କେତେ ପରିମାଣର ଫାଶି କାଠ ବ୍ୟବହୃତ ହୋଇଛି ତାହାର ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ ।

୪ – ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳରେ ମହାମାରୀ ରୋଗ ନ’ ବ୍ୟାପିବାକୁ ଦୃଷ୍ଟିରେ ସେହି ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଜିଲ୍ଲାପାଣ ଏନେଇ ସମସ୍ତ କାର୍ଯ୍ୟ ପ୍ରତ୍ୟେକ୍ଷ ଭାବେ ତଦାରଖ କରିବେ ଏବଂ ଏଥିଲାଗି ତୁରନ୍ତ ଯଥାଯଥ ପଦକ୍ଷେପ ଗ୍ରହଣ କରିବେ ।

୫ – ରଥଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରୁ ତଥା ପୁରୀ ସହରକୁ ଆସିବା ଲାଗି ୧୯୨ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି ।

୬ – ପୁରୀରେ ଏଥିଲାଗି ୬୨ଟି ସ୍ୱତନ୍ତ୍ର ବୁକିଂ କାଉଣ୍ଟର ବ୍ୟବସ୍ଥା ହୋଇଛି ।

୭ – ପୁରୀକୁ ରଥଯାତ୍ରା ଲାଗି ଭକ୍ତମାନଙ୍କୁ ଆଣିବା ଲାଗି ୨୦୦ଟି ବସ ବ୍ୟବସ୍ଥା କରାଯାଇଛି ।

୮ – ଶକ୍ତି ବିଭାଗ ଜୁନ ୩୦ ତାରିଖ ସୁଦ୍ଧା ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।

୯ – ଜୁନ୍ ୨୫ ତାରିଖ ସୁଦ୍ଧା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରର ସମସ୍ତ ଡ୍ରେନ ସଫେଇ ତଥା ସ୍ୱେରେଜ ସଫା କାର୍ଯ୍ୟ ସମାପ୍ତ କରିବେ ।

୧୦ – ରଥଯାତ୍ରାର ଆରମ୍ଭରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୁଦାୟ ୧୫୫ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.