Latest Odisha News

BREAKING NEWS

ବର୍ଷା ଧୋଇନେଲା ଖେଳ, ବାତିଲ୍ ହେଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍

ଲଣ୍ଡନ: ବିଶ୍ୱକପରେ ଆଜି ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବାର ଆଶା ରଖିଥିବା ଦର୍ଶକମାନଙ୍କୁ ନିରାଶ କରିଛି ବର୍ଷା । ଟେଣ୍ଟବ୍ରିଜର ଏହି ଷ୍ଟାଡ଼ିୟମରେ ଆଜି ଦିନ ସାରା ବର୍ଷା ଲାଗିରହିଥିବା ଯୋଗୁଁ ଷ୍ଟାଡ଼ିୟମର ସାରା ଜଳମଗ୍ନ ହୋଇପଡ଼ିଥିଲା । ସୁପର୍ ଶକର ଦ୍ୱାରା ଜଳ ନିଷ୍କାସନ ହେବା ପରେ ପୁଣି ଆରମ୍ଭ ହେଲା ଲଗାଣ ବର୍ଷା । ପରିଶେଷରେ ମ୍ୟାଚ୍ ରେଫରୀ ଏହି ମ୍ୟାଚଟିକୁ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲେ । ଏହା ଫଳରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିପାରିଛନ୍ତି ଏବଂ ପଏଣ୍ଟ ଭାଗ କରିବାକୁ ସକ୍ଷମ ହୋଇଛନ୍ତି । ଉଭୟ ଦଳ ସମାନ ଏକ ପଏଣ୍ଟ ଲେଖାଏଁ ପଏଣ୍ଟ ଭାଗ କରିଛନ୍ତି ।

ଆସନ୍ତା ୧୬ ତାରିଖ ଦିନ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଭାରତୀୟ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିବା ସହିତ ଦକ୍ଷିଣ ଆଫ୍ରିକା ଓ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଥିବା ଯୋଗୁଁ ଦୃଢ ମନୋବଳ ପୋଷଣ କରିଛନ୍ତି । କପ୍ତାନ ବିରାଟ କୋହଲୀ ପାକିସ୍ତାନକୁ ପରାସ୍ତ କରିବା ନେଇ ମଧ୍ୟ ବେଶ୍ ଆଶାବାଦୀ ଅଛନ୍ତି । ସେପଟେ ପାକିସ୍ତାନ କପ୍ତାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମେ ଭାରତ ବିପକ୍ଷ ମ୍ୟାଚରେ ପୁରା ଦମର ସହିତ ଖେଳିବାକୁ ଚେଷ୍ଟା କରିବୁ । ତେବେ ସେହି ମ୍ୟାଚରେ ବର୍ଷା ଯେପରି ଦାଉ ନସାଧୁ କ୍ରୀଡ଼ାପ୍ରେମୀମାନେ ଏବେଠୁ ଆଲୋଚନା ଆରମ୍ଭ କରିଦେଲେଣି ।

Leave A Reply

Your email address will not be published.