Latest Odisha News

BREAKING NEWS

Odisha Vigilance: ଗିରଫ ହେଲେ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ

ବାଲେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ସିଭିଲ ସପ୍ଲାଏ ଅଫିସ୍ ର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସୁନ୍ଦରଗଡ଼ ଶ୍ରୀରାମ ନଗରସ୍ଥିତ ଭଡ଼ାଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ବିପୁଳ ଟଙ୍କାର ସଂପତ୍ତି ଠାବ ହୋଇଛି ।

ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଟିମ୍ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ ।

ସୁନ୍ଦରଗଡ଼ ଓ ବାଲେଶ୍ବରରେ ଚାଲିଥିବା ତଲାସୀରେ ଏ ପର୍ଯ୍ୟନ୍ତ ଗୋଟିଏ ୩ ମହଲା କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍‌, ଗୋଟିଏ କଲ୍ୟାଣ ମଣ୍ଡପ, ୪ଟି ମୂଲ୍ୟବାନ ପ୍ଲଟ ଓ ୧୭୫ ଗ୍ରାମ ଓଜନର ସୁନା ମିଳିଛି ।

 

<iframe width=”560″ height=”315″ src=”https://www.youtube.com/embed/g1uvIp9fUJE?si=0QBrmaUdy0oZOud5″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave A Reply

Your email address will not be published.