Latest Odisha News

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡିବାସିଲା ଭିଜିଲାନ୍ସ।

ସୂଚନା ଅନୁଯାୟୀ, ଜଣେ ଶିକ୍ଷୟିତ୍ରୀ ୨୦୧୮ ମସିହାରୁ ଅବସର ନେଇଛନ୍ତି । ତାଙ୍କର ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ କରାଇବା ଲାଗି ପ୍ରଦୀପ୍ତ ସାହୁ ଲାଞ୍ଚ ମାଗିଥିଲେ। ସର୍ତ୍ତ ମୁତାବକ ସେ ୬ ହଜାର ଟଙ୍କା ପାଇବାର ଥିଲା।

ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ପ୍ରଦୀପ୍ତ ସାହୁଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ମଙ୍ଗଳବାର ରାତିରେ ସେ ଟଙ୍କା ପାଇବାର ଥିଲା । ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିବା ସହ ୬ ହଜାର ଟଙ୍କା ଜବତ କରାଯାଇଛି ।

Comments are closed.