Latest Odisha News

BREAKING NEWS

Junior Clerk: କନିଷ୍ଠ କିରାଣୀଙ୍କ କଳା କାରନାମା, ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ

ଅନୁଗୁଳ: ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ। କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମ୍‌ଓ। ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ନିଲମ୍ବିତ। ନିଜେ ନିଜ ମୂଳ ବେତନ ବଢ଼ାଇ ଉଠାଇ ଚାଲିଥିଲେ ମୋଟା ଅଙ୍କର ଦରମା। ଏଜିଙ୍କ ଅଡିଟ୍‌ରୁ ସ୍ପଷ୍ଟ ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି।

କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଖୋଳତାଡ କରୁଛି ଅଡିଟ୍ ଟିମ୍। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତନାଘନା ଚାଲିଛି। ସୁବ୍ରତଙ୍କ ଆକାଉଣ୍ଟକୁ କିପରି ମୋଟା ଅଙ୍କର ଟଙ୍କା ଆସୁଥିଲା ସେନେଇ ଜିଲ୍ଲା ଟ୍ରେଜେରୀକୁ ଚିଠି ଲେଖିଛନ୍ତି ଅନୁଗୁଳ ସିଡିଏମଓ। ପ୍ରତିମାସରେ ବଦଳୁଥଲା ସୁବ୍ରତର ଦରମା। ଆକାଉଣ୍ଟାଣ୍ଟ ଥିବାରୁ କେହି ସନ୍ଦେହ କରୁନଥିଲେ।

କେଉଁ ମାସରେ ମୂଳ ଦରମା ୧ ଲକ୍ଷ ୪୨ ହଜାର ଦେଖାଉଥିଲେ ତ ଆଉ କେଉଁ ମାସରେ ୩ ଲକ୍ଷ ୪୭ ହଜାର। ଏପରିକି ଗୋଟିଏ ମାସରେ ମୂଳ ଦରମାକୁ ୬ଲକ୍ଷ ଦର୍ଶାଇ ମୁଖ୍ୟ ଶାସନ ସଚିବ ଦରମାର ୩ ଗୁଣା ଅଧିକ ନେଇଥିଲେ। ଜିଲ୍ଲା ଟ୍ରେଜେରୀ ଅଫିସର କର୍ମଚାରୀଙ୍କ ଅଜାଣତରେ କିପରି ଏତେ ଟଙ୍କା ଲୁଟୁଥିଲେ ସେନେଇ ପ୍ରଶ୍ନ ଉଠିଛି। ପ୍ରତିମାସରେ ମୂଳ ଦରମା ବଦଳୁଥିଲେ ମଧ୍ୟ କେମିତି ଜାଣି ପାରିଲେନି ଦାୟିତ୍ବରେ ଥିବା ଅଧିକାରୀ। ଏବେ ଏଭଳି ବିଭିନ୍ନ ପ୍ରଶ୍ନ ଉଠିଛି। ପୂରା କେଳେଙ୍କାରୀ ପଛରେ କେବଳ ସୁବ୍ରତ ନା ବଡ ସିଣ୍ଡିକେଟ କାମ କରୁଛି ସେନେଇ ତଦନ୍ତ ଚାଲିଛି। ସୁବତ୍ରଙ୍କ ପ୍ରକୃତ ଦରମା ୩୫ରୁ ୪୦ ହଜାର ଟଙ୍କା। କିନ୍ତୁ ଦରମାକୁ ଅଧିକ ଦର୍ଶାଇ ଚଳୁ କରିଛନ୍ତି କୋଟି କୋଟି ଟଙ୍କା।

Comments are closed.