ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ୪୮ତମ ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । କର୍ଣ୍ଣାଟକ ସନ୍ତରଣକାରୀମାନେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଏହି ଚାମ୍ପିୟନଶିପରେ ୨୬ ନୂତନ ରେକର୍ଡ ସ୍ଥାପନ ହୋଇଛି । କର୍ଣ୍ଣାଟକର ହଷିକା ରାମଚନ୍ଦ୍ରନ ୪୦୦ ମିଟର ବାଳିକା ବିଭାଗ ମେଡଲୀରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ୫:୧୦.୭୦ ସେକେଣ୍ଡ ସମୟ ନେଇ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜଙ୍କ ୫:୧୩.୮୦ ରେକର୍ଡକୁ ଭଙ୍ଗ କରିଥିଲେ । ଏହି ବିଭାଗରେ ତେଲେଙ୍ଗାନାର ନିଥ୍ୟା ସାଗି ଓ ମହାରାଷ୍ଟ୍ରର ରାଘବି ରାମାନୁଜନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅପେକ୍ଷା ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବାଳିକା ଗ୍ରୁପ ୨ରେ ନୂତନ ଜାତୀୟ ରେକର୍ଡ କରିଛନ୍ତି । ସେ ୨:୪୦.୩୬ ସେକେଣ୍ଡ ସମୟ ନେଇଥିଲେ । ପୂର୍ବରୁ ସାଲୋନୀ ଦଲାଲ(୨:୪୩.୧)ଙ୍କ ନାମରେ ଏହି ରେକର୍ଡ ଥିଲା । ୪୦୦ ମିଟର ବାଳିକା ୧ ମିଡଲେରେ ସାୟନି ଘୋଷ (୫:୧୫.୦୪)ଙ୍କ ରେକର୍ଡକୁ ତାମିଲନାଡୁର ଶକ୍ତି ଏସ (୫.୧୧.୭୭)ଭାଙ୍ଗି ଯାଇଛନ୍ତି । ବାଳକ ବିଭାଗର ଶ୍ରେଷ୍ଠ ସନ୍ତରଣକାରୀ ପୁରସ୍କାର କର୍ଣ୍ଣାଟକର ଉତ୍କର୍ଷ ପାଟିଲ ପାଇଥିବା ବେଳେ ମହାରାଷ୍ଟ୍ରର ଅପେକ୍ଷା ଶ୍ରେଷ୍ଠ ବାଳିକା ସନ୍ତରଣକାରୀ ହୋଇଛନ୍ତି । ୱାଟରପୋଲର ବାଳକ ଓ ବିଭାଗ ବିଭାଗ ଟାଇଟଲ ଯଥାକ୍ରମେ ବେଙ୍ଗଲ ଓ କେରଳ ହାସଲ କରିଛନ୍ତି ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.