Latest Odisha News

BREAKING NEWS

ଦ୍ରୌପଦୀ ଓ ଯଶୱନ୍ତଙ୍କୁ ବିଜେପି-କଂଗ୍ରେସରୁ ହୋଇଛି କ୍ରସ ଭୋଟିଂ?

ଭୁବେନଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସରୁ କେବଳ ବିଧାୟକ ମହମ୍ମଦ ମୋକିମ ନୁହେଁ ବରଂ ଆହୁରି ଜଣେ ବିଧାୟକ ତାଙ୍କୁ ଭୋଟ୍ ଦେଇଛନ୍ତି । ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବୁଧବାର ବିରୋଧୀ ଦଳର ମୁଖ୍ୟ ସେଚତକ ମୋହନ ମାଝୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଆଉ ଫଳାଫଳ ବାହାରିବା ପରେ ଏହା ଜଣାପଡିବ ବୋଲି ସେ କହିଛନ୍ତି । ଏହାପରେ କିଏ ସେହି କଂଗ୍ରେସ ବିଧାୟକ ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଏହାରି ଭିତରେ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ବିଜେପିକୁ ତେରଛା ବାଣ ମାରିଛନ୍ତି । ବିଜେପିର ଦୁଇ ତିନି ବିଧାୟକ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଛନ୍ତି ବୋଲି ସେ କହିଛନ୍ତି ।

ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗଣତନ୍ତ୍ରର ସୁରକ୍ଷା ପାଇଁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ସମଥର୍ନ କରି ବିଜେପିରୁ ଦୁଇ ତିନି ଜଣ ବିଧାୟକ ଭୋଟ୍ ଦେଇଛନ୍ତି । ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପି ବିଧାୟକ ଯେଉଁଭଳି ଲୁଚାଛପାରେ ଭୋଟ୍ ଦେଇଛନ୍ତି ତାହା କଂଗ୍ରେସ ବିଧାୟକ କରନ୍ତି ନାହିଁ । କଂଗ୍ରେସ ବିଧାୟକ ଯାହାକୁ ଭୋଟ୍ ଦିଅନ୍ତି ତାହା ସେ ଭୋଟ୍ ଦେବା ପରେ ଖୋଲାଖୋଲି କୁହନ୍ତି । ଗଣତି ପରେ ସବୁ ସତ ସାମ୍ନାକୁ ଆସିବ। କିନ୍ତୁ ତାରା ଏପରି ମନ୍ତବ୍ୟ ମୋହନ ମାଝୀଙ୍କୁ କାଉଣ୍ଟର କରିବାକୁ ଏପରି କହିଲେ ନା ସତରେ ବିଜେପିରୁ ମଧ୍ୟ ‘ମୋକିମ’ ଅଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଉଲ୍ଲେଖଯାଗ୍ୟ, ସୋମବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡିଥିଲ।। ଏହି ସମୟରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୋଧରେ ଯାଇ ନିଜ ବିବେକ ଅନୁସୋର ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ ବୋଲି କହିଥିଲେ । ଯଶୱନ୍ତ ସିହ୍ନା କେଂଗ୍ରସ ସମେତ ୧୭ ବିରୋଧୀ ଦଳର ପ୍ରାର୍ଥୀ ରହିଛନ୍ତି । କିନ୍ତୁ ଏହି ନିର୍ବାଚନରେ ଦଳ ହ୍ୱିପ ଜାରି କରିପାରିବ ନାହିଁ। ତେଣୁ ନିର୍ବାଚିତ ପ୍ରତିନିଧି ନିଜ ବିବେକ ଅନୁସାରେ ଭୋଟ୍ ଦିଅନ୍ତି । ଦ୍ରୌପଦୀ ଓଡିଶା ମାଟିର ଝିଅ ତେଣୁ ତାଙ୍କୁ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରେିମା ନବୀନ ପଟ୍ଟନାୟକ ନିବେଦନ କରିଥିଲେ। କିନ୍ତୁ ପିସିସି ସଭାପତି ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଦଳର ନିଷ୍ପତ୍ତି ସବର୍ମାନ୍ୟ।

Leave A Reply

Your email address will not be published.