Latest Odisha News

BREAKING NEWS

ପ୍ରକାଶ ପାଇଲା ଜୁନିଅର ଟିଚର (ସ୍କିମାଟିକ) ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ ।ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ୱେବସାଇଟ osepa.odisha.gov.in ରେ ପ୍ରକାଶ ପାଇଛି ପରୀକ୍ଷା ଫଳ ।ମୋଟ ୧୮ ହଜାର ୭୮୮ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଦୀର୍ଘ ୭ ବର୍ଷ ପରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ପଦବୀ ପାଇଁ ପରୀକ୍ଷା ହୋଇଥିଲା। ଗତ ବର୍ଷ ନଭେମ୍ବର ୩ରୁ ୧୭ ଯାଏ ଚାଲିଥିଲା ପରୀକ୍ଷା। ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୯୩ ହଜାର ୯୬୬ ଜଣ ପରୀକ୍ଷାର୍ଥୀ ।ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯାଇଥିଲା । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ।

 

Comments are closed.