ମୁମ୍ବାଇ: ହିନ୍ଦୀ ଓ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲନଙ୍କର ଆଜି ସକାଳେ ପରଲୋକ ହୋଇଛି। ଗତ କିଛି ବର୍ଷ ହେଲା ସେ କ୍ୟାନସର ରୋଗରେ ଜୁଝୁଥିଲେ। ପଞ୍ଜାବର ଲୁଧିଆନା ସହରର ଥିବା ଏକ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅଭିନେତା। ଅଭିନେତା ଯଶପାଲ ଶର୍ମା ମଙ୍ଗଲଙ୍କର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି।
ମଙ୍ଗଲ ଢିଲନଙ୍କର ଜନ୍ମ ପଞ୍ଜାବର ଫରିଦକୋଟରେ ହୋଇଥିଲେ। ପଞ୍ଜାବରେ ସ୍ନାତକ ପାସ୍ କରିବା ପରେ ନାଟକରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ଅଭିନୟ ସହିତ ଲେଖକ ଓ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଥିଲେ। ଦିଲ୍ଲୀ ଓ ଚଣ୍ଡିଗଡ଼ରେ ନାଟକରେ ଅଭିନୟ ଜୀବନର ଆରମ୍ଭ କରିଥିଲେ ମଙ୍ଗଲ। ପରେ ଫିଲ୍ମ ଓ ସିରିଏଲ୍ରେ ମଧ୍ୟ ସେ ଅଭିୟନ କରିଛନ୍ତି। ସେ ଟିଭିରେ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଛନ୍ତି। ବିଶେଷ କରି ନେଗେଟିଭ୍ ଚରିତ୍ରରେ ତାଙ୍କୁ ଅଧିକ ଦେଖିବାକୁ ମିଳିଛି।
ଖନ ଭରି ମାଙ୍ଗ, ଜକ୍ଷ୍ମୀ ଔରତ, ଦାୟାବନ, ଭ୍ରଷ୍ଚାଚାରା, ଅକେଲା, ବିଶ୍ୱାତ୍ମା, ଅମ୍ବା, ଜିନ୍ଦଗୀ ଏକ ଜୁଅ, ଦଲାଲ, ସାହିବାନ ଭଳି ଫିଲ୍ମରେ ମଙ୍ଗଲ ଢିଲନ ଅଭିନୟ କରି ଲୋକଙ୍କ ପାଖରେ ପରିଚିତ ହୋଇଥିଲେ।
Comments are closed.