Latest Odisha News

BREAKING NEWS

ଚତୁର୍ଥ ପାସ୍ ରାଜାଙ୍କୁ ବୁଝା ପଡ଼ୁନି ଦେଶ କେମିତି ଚଳାଇବେ ?: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ରାମଲୀଳା ମୈଦାନରେ ଆମ୍ ଆଦମୀ ପାର୍ଟି ମହାରାଲି ଆରମ୍ଭ କରିଛି । ମହାରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଜନତା ଦିଲ୍ଲୀର ମାଲିକ ।

କିନ୍ତୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶକୁ ନ ମାନି ଅଧ୍ୟାଦେଶ ଆଣିଛନ୍ତି । ଯାହା କୁହାଯାଉଛି ଏବେ ଦିଲ୍ଲୀରେ ଗଣତନ୍ତ୍ର ନାହିଁ । ଏବେ ଦିଲ୍ଲୀରେ ତାନାଶାହି ଚାଲିବ । ଏବେ ଜନତା ନୁହଁ ଉପରାଜ୍ୟପାଳ ଦିଲ୍ଲୀର ସୁପ୍ରିମ ହେବେ । ଜନତା ଯାହାକୁ ବି ଭୋଟ୍ ଦିଅନ୍ତୁ ଓ ସରକାର ବନାନ୍ତୁ । ପିଏମ୍ କହୁଛନ୍ତି ସେ ହିଁ ସରକାର ଚଳାଇବେ ।

କେଜ୍ରିୱାଲ୍ କହିଛନ୍ତି, ଠିକ୍ ୧୨ ବର୍ଷ ତଳେ ଦୁର୍ନୀତି ବିରୋଧରେ ଏହି ରାମଲୀଳା ମୈଦାନରେ ଏକାଠି ହୋଇଥିଲେ । ଆଜି ଏହି ମଞ୍ଚରୁ ଏକ ଅହଙ୍କାରୀ ତାନାଶାହୀକୁ ଦେଶରୁ ହଟାଇବା ଲାଗି ମଞ୍ଚରେ ଏକାଠି ହୋଇଛେ । ଆଜି ଏହି ମଞ୍ଚରୁ ଆନ୍ଦୋଳନ ଆରମ୍ଭ ହୋଇଛି, ପୂରଣ ହେବ ମଧ୍ୟ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେନ୍ଦ୍ରର ଅଧ୍ୟାଦେଶକୁ ନେଇ କେଜ୍ରିୱାଲ୍ ବର୍ଷିବା ସହ କହିଛନ୍ତି, ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଆମ୍ବେଦକର ସମ୍ବିଧାନରେ ଲେଖିଥିଲେ, ଦେଶରେ ଗଣତନ୍ତ୍ର ରହିବ, ଜନତା ମାଲିକ ହେବେ । ପ୍ରଧାନମନ୍ତ୍ରୀ ସମ୍ବିଧାନକୁ ବଦଳାଇ ଦେଇଛନ୍ତି, ଏବେ ଜନତା ନୁହେଁ ଉପରାଜ୍ୟପାଳ ମାଲିକ ହେବ ।

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମୁଁ ବିଭିନ୍ନ ଦଳର ନେତାଙ୍କୁ ଭେଟୁଛି । ପୂରା ଦେଶବାସୀ ଦିଲ୍ଲୀ ସହ ଅଛନ୍ତି । ସମସ୍ତେ ମିଳିମିଶି ଅଧ୍ୟାଦେଶକୁ ବିରୋଧ କରିବା ଗଣତନ୍ତ୍ରକୁ ବଞ୍ଚାଇବା । କେବେ ଭାବନ୍ତୁ ନାହିଁ ଏହା କେବଳ ଦିଲ୍ଲୀ ସହ ହୋଇଛି । ଏଭଳି ଅଧ୍ୟାଦେଶ ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପାଇ ଆସିବ । ଏହାକୁ ମଧ୍ୟ ରୋକିବାକୁ ପଡ଼ିବ ।

ମୋଦିଙ୍କୁ ସମାଲୋଚନା କରି କେଜ୍ରିୱାଲ୍ କହିଛନ୍ତି, ଚତୁର୍ଥ ପାସ୍ ରାଜାକୁ ବୁଝା ପଡ଼ୁନି ଦେଶ କିଭଳି ଚଳାଇବେ । ସବୁଠି ବେରୋଜଗାରୀ ବ୍ୟାପିଥିବା ବେଳେ ଜାଣିପାରୁ ନାହାନ୍ତି କେମିତି ଦୂର କରିବେ । ଦୁର୍ନୀତି କେମିତ ଦୂର ହେବ ? ଜିଏସିଟି ପାଇଁ ବ୍ୟବସାୟୀ ଚିନ୍ତାରେ । ରେଲୱେର ଅବସ୍ଥା ଖରାପ କରି ଦେଇଛନ୍ତି ।

Leave A Reply

Your email address will not be published.