Latest Odisha News

BREAKING NEWS

କରୋନା କ୍ରିଏଟିଭିଟିରେ ଭିଡିଓର ଭିଉଜ ଆଧାରରେ ବିଜେତା ଚୟନ କରିବେ ତିନି ବିଚାରକ

ଭୁବନେଶ୍ୱର: www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭିଡିଓ ଦାଖଲର ତାରିଖକୁ ୧୫ ତାରିଖକୁ ବୃଦ୍ଧି କରାଯାଇଛି ।

ଭିଡିଓର ଭିଉଜ ଆଧାରରେ ତିନି ବିଜେତା ଚୟନ କରିବେ ଆମର ବିଚାରକ ମଣ୍ଡଳୀ । ଏହି ବିଚାରକ ମଣ୍ଡଳୀରେ ଅଭିନେତା କୁନା ତ୍ରିପାଠୀ, ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢୀ ପ୍ରମୁଖ ଅଛନ୍ତି । ସେମାନଙ୍କ ଦ୍ୱାରା ଚୟନ ହୋଇଥିବା ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ମିଳିବ ପୂର୍ବ ଭାରତର ଅଗ୍ରଣୀ ଜୁଏଲର୍ସ ଲାଲଚାନ୍ଦ ପକ୍ଷରୁ ମିଳିବ ପୁରସ୍କାର । ପ୍ରଥମ ପୁରସ୍କାର ହୀରାର ମୁଦି, ଦ୍ୱିତୀୟ ପୁରସ୍କାର ହୀରାର ପେଣ୍ଡାଣ୍ଟ, ତୃତୀୟ ପୁରସ୍କାର ଗୋଲ୍ଡ କଏନ । ଏଥି ସହ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ କିଚେନସିଟି ଓ clivea.com ପକ୍ଷରୁ ମିଳିବ ଗିଫ୍ଟ ଭାଉଚର ।

ପ୍ରତିଯୋଗୀ ନିଜ କଳାପ୍ରତିଭାର ଭିଡିଓ ଲ୍ୟାଣ୍ଡସ୍କେପ୍ ମୋଡରେ ସୁଟିଂ କରିବେ । ପ୍ରଥମେ ନିଜ ପରିଚୟ ଦେବା ସହ ଏହି କଳା ପ୍ରତି କାହିଁକି ଆକୃଷ୍ଟ ହେଲେ ସେ ନେଇ ସୂଚନା ଦେବା ପରେ ଭିଡିଓ କରିବେ । ଆଉ ଏହି ଭିଡିଓକୁ contentobos.comକୁ ପଠାନ୍ତୁ ।

Leave A Reply

Your email address will not be published.