Latest Odisha News

ସତ୍ୟବାଦୀ ବ୍ଲକର ୩ଟି ଗ୍ରାମ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷିତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୩ଟି ଗ୍ରାମକୁ ଶନିବାର ଦିନ କରୋନା ସଂକ୍ରମଣ ନହେବା ଲାଗି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ କରାଯାଇଛି ।

ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର ପଖିମୁଣ୍ଡା ଗ୍ରାମରେ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମଗୁଡ଼ିକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।

ସେହିପରି ଏହି ବ୍ଲକର ମହୁରା ପଞ୍ଚାୟତର ଡାଙ୍ଗୁରା ଓ ଅଳିକିଆ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା କରାଯାଇଛି ।

ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସେହି ପଞ୍ଚାୟତର ଜୟପୁର ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ୍ ଜୋନ୍ ରୂପେ ଘୋଷଣା କରାଯାଇଛି, କାରଣ ଏହି ଗ୍ରାମରୁ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.