Latest Odisha News

BREAKING NEWS

ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ

କଟକ: ଓଡ଼ିଶା ହାଇକୋର୍ଟର ଜଜ୍ ବିଦ୍ୟୁତ ରଂଜନ ଷଡଙ୍ଗୀଙ୍କୁ ବୁଧବାର ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି।

ରାଷ୍ଟ୍ରପତି ଦ୍ର‌ୌପଦୀ ମୁର୍ମୁ, ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ଦେଇଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର‌େ ସୂଚନା ଦେଇଛନ୍ତି।

ସେହିଭଳି ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ ଚନ୍ଦ୍ରଶେଖରଙ୍କୁ ରାଜସ୍ଥାନ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି।

Comments are closed.