Latest Odisha News

BREAKING NEWS

‘ଓଏଚଆରସି’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିପି ଦାସ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୨ ତାରିଖରେ ଓଏଚଆରସି ଅଧ୍ୟକ୍ଷ ଭାବେ ଜଷ୍ଟିସ ବିପି ଦାସଙ୍କ ନାମକୁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଚୟନ କମିଟିର ନିଷ୍ପତ୍ତି କ୍ରମେ ମଞ୍ଜୁର କରାଯାଇଥିଲା । ପରେ ଏହି ନିଯୁକ୍ତିକୁ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଅନୁମୋଦନ ପ୍ରଦାନ କରିଥିଲେ ।

ଦୀର୍ଘ ୭ ବର୍ଷ ଧରି ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଅଗଷ୍ଟ ୧୫ ୨୦୧୯ରେ ଜଷ୍ଟିସ ବୀରକିଶୋର ମିଶ୍ର କମିଶନର କାର‌୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.