Latest Odisha News

BREAKING NEWS

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବଲାଙ୍ଗୀରରେ ୩ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଭିନ୍ନଭିନ୍ନ ସ୍ଥାନରେ ବୁଧବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ଘଟିଛି ।

ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ଅଗଲପୁର ଗ୍ରାମରେ ଜଣେ ମହିଳା ଛାତ ଉପରେ କପଡା ଶୁଖାଉଥିବା ବେଳେ କୌଣସି କାରଣବଶତଃ ସେ ବିଦ୍ୟୁତ୍ ତାର୍ ସଂସ୍ପର୍ଶରେ ଆସିଯାଇଥିଲେ । ପରେ ସମ୍ପୃକ୍ତ ମହିଳାଙ୍କୁ ବଞ୍ଚାଇବା ଲାଗି ତାଙ୍କ ସ୍ୱାମୀ ଚେଷ୍ଟା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ।

ଯାହା ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ପ୍ରାଣହାନୀ ଘଟିଥିଲା ।

ସେହିପରି ଅନ୍ୟଏକ ଅଘଟଣ ଘଟିଛି ଜିଲ୍ଲାର ମୁରିଲିବାହଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମରେ ।

ପ୍ରାପ୍ତ ସୂଚନା ଅନୁଯାୟୀ ଜଣେ ଯୁବତୀ ଆଜି ସକାଳେ ଘର ଛାଡୁ କରୁଥିବାବେଳେ ଅଚାନକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ପରେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଭାଇକୁ ବିଦ୍ୟୁତ୍ ଆଘାତ ଲାଗିଥିଲାବେଳେ ଯୁବତୀ ଜଣକ ବର୍ତ୍ତିଯାଇଥିଲେ।

ପରିବାର ବର୍ଗଙ୍କ ସମ୍ପୃକ୍ତ ଭାଇକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.