Latest Odisha News

BREAKING NEWS

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

କଟକ: ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି । ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । ହାଇକୋର୍ଟ ପରିସରରେ ହୋଇଛି ଶପଥ ଗ୍ରହଣ ଉତ୍ସବ। କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ୍ ହରିଶ୍ ଟଣ୍ଡନ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ ତାରିଖରେ ଅବସର ଗ୍ରହଣ କରିଥିଲେ । ଏହାପରେ ଦୀର୍ଘ ଦିନ ଧରି ଏହି ପଦ ପୂରଣ ହୋଇପାରି ନଥିଲା। ଶେଷରେ ଗତ ମାର୍ଚ୍ଚ ୬ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ ମିଳିଥିଲା ।

ସୂଚନାଯୋଗ୍ୟ, ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । ଜଷ୍ଟିସ ହରିଶ ଟଣ୍ଡନ ୧୯୮୯ ମସିହାରେ କୋଲକତା ବିଶ୍ଵବିଦ୍ୟାଳୟରୁ ଏଲଏଲଏମ ଡିଗ୍ରୀ ସହ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ୨୦୧୦ ମସିହା ଏପ୍ରିଲ ୧୩ ତାରିଖରେ ଜଷ୍ଟିସ୍ ଟଣ୍ଡନ କଲିକତା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ପାଇଥିଲେ। ସର୍ବଭାରତୀୟ ସ୍ତରରେ ସମସ୍ତ ହାଇକୋର୍ଟର ବିଚାରପତିଙ୍କ ବରିଷ୍ଠତା ଆଧାରରେ ଜଷ୍ଟିସ୍ ଟଣ୍ଡନ ୭ତମ ସ୍ଥାନରେ ଅଛନ୍ତି। ସେ ସିଟି ସିଭିଲ୍ କୋର୍ଟ, ଡିଆରଟି ଓ ସୁପ୍ରିମକୋର୍ଟ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ ।

 

Comments are closed.