କଟକ: ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋବନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା ହାଇକୋର୍ଟରୁ ବଦଳି ହୋଇ ଜଷ୍ଟିସ ଯଶୋବନ୍ତ ସିଂ ଆସିଥିବା ବେଳେ କଲିକତା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା । ଏମାନେ ଦାୟିତ୍ୱଗ୍ରହଣ କରିବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
ଜଷ୍ଟିସ ଯଶୋବନ୍ତ ସିଂ ୧୯୬୧, ଫେବୃଆରୀ ୨୩ ତାରିଖରେ ହରିୟାଣା ରୋହତକରେ ଜନ୍ମଗ୍ରହଣ କରିଥିଲେ । ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ୧୯୮୮ରେ ସୀର୍ସା ଜିଲ୍ଲା କୋର୍ଟରେ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୧ରେ ସେ ପଞ୍ଜାବ ହରିୟାଣା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେଠାରେ ସରକାରୀ ଓକିଲ ଭାବେ ଦୀର୍ଘ ଦିନ କାମ କରିଥିଲେ ଜଷ୍ଟିସ ଯଶୋବନ୍ତ ସିଂ । ୨୦୦୭, ଡିସେମ୍ବର ୫ ତାରିଖରେ ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ ।
ଜଷ୍ଟିସ ଅରିନ୍ଦମ ସିହ୍ନା ୧୯୬୫, ସେପ୍ଟେମ୍ବର ୨୨ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମସିହାରେ କଲିକାତା ହାଇକୋର୍ଟରେ ଆରମ୍ଭ କରିଥିଲେ ଓକିଲାତି । ୨୦୧୩, ଅକ୍ଟୋବର ୩୦ରେ କଲିକତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୬, ମାର୍ଚ୍ଚ ୧୪ ତାରିଖରୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବକେ କାର୍ୟ୍ୟ ସମ୍ପାଦକ କରି ଆସୁଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା ।
BREAKING NEWS
- Trump Home: କୋଟି କୋଟି ଟଙ୍କାରେ ବିକ୍ରି ହେଲା ଟ୍ରମ୍ପଙ୍କ ପିଲାଦିନର ଘର, ଜାଣନ୍ତୁ ଏହାର ବିଶେଷତ୍ୱ
- ସମୁଦ୍ର ମଝିରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ: ଇଣ୍ଡୋନେସିଆରେ ହାହାକାର, ୯୭ ଉଦ୍ଧାର ଓ ଏବେ ବି ୧୪୦ ନିଖୋଜ
- ମଝି ଆକାଶରେ ଫେଲ୍ ମାରିଲା ଇଞ୍ଜିନ୍: ଜୟପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ
- BRICS Summit 2026: ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା: ଭାରତ-ମାଲେସିଆ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଚର୍ଚ୍ଚା
- ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ବଡ଼ ସଫଳତା: ଓଡ଼ିଶାକୁ ମିଳିଲା ୨.୪୩ ଲକ୍ଷ କୋଟିର ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ
- କମିଲା ବର୍ଷା, ଖୋଲିଲା ରାସ୍ତା: ମାଲକାନଗିରିରୁ ଅଟକି ରହିଥିବା ଶହ ଶହ ଗାଡ଼ି ଗଡ଼ିଲା
- ଜୟଦେବ ବିହାରରେ ହଙ୍ଗାମା: ହଷ୍ଟେଲ୍ ମାଲିକଙ୍କ ଆକ୍ରମଣରେ ଛାତ୍ରୀ ମେଡିକାଲରେ ଭର୍ତ୍ତି
- ପୁରୀ ଏସବିଆଇ ଲକର୍ରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ: ଅବସରପ୍ରାପ୍ ପ୍ରଧାନଶିକ୍ଷୟିତ୍ରୀଙ୍କ ଥାନାରେ ଏତଲା
- ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର: ଫେକ୍ ଡିସକାଉଣ୍ଟ୍ ଓ ଠକେଇ ଉପରେ ଲଗାମ କଷିବେ କେନ୍ଦ୍ର ସରକାର
- Leheriya Saree: ଫ୍ୟାଶନ୍ ଟ୍ରେଣ୍ଡ୍ରେ ଲହରିୟା ଶାଢ଼ୀର ଯାଦୁ: କରିନା, ଆଲିଆ ଓ ଶିଳ୍ପାଙ୍କ ଗ୍ଲାମରସ୍ ଲୁକ୍ ଦେଖନ୍ତୁ

Comments are closed.