Latest Odisha News

BREAKING NEWS

କାଲି ପୁରୀ ସମୁଦ୍ରରେ ଭାସି ଯାଇଥିଲେ, ଆଜି ମିଳିଲା ମୃତଦେହ

ପୁରୀ: ସମୁଦ୍ରରେ ଗାଧୋବା ହେଲା କାଳ । ସମୁଦ୍ର ସ୍ନାନରୁ ସଲିଳ ସମାଧି । ପୁରୀ ସମୁଦ୍ରରେ ଗତକାଲି ଗାଧୋଇବା ବେଳେ ଭାସିଯାଇ ନିଖୋଜ ଥିବା ପର୍ୟ୍ୟଟକଙ୍କର ଆଜି ମୃତଦେହ ମିଳିଛି । ପୁରୀ ଚକ୍ରତୀର୍ଥ ରୋଡ୍ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଲେ ପଶ୍ଚିମବଙ୍ଗର ଅରବାଜ୍ କାଦ୍ରି । ସେ କୋଲକାତାରେ ଏରୋନଟିକାଲ ଇନଷ୍ଟିଚ୍ୟୁଟର ଛାତ୍ର ଥିଲେ । ଭୁବନେଶ୍ୱର ଏକ ପରୀକ୍ଷା ଦେବା ପାଇଁ ସମସ୍ତେ ଆସିଥିଲେ । ଦୁଇ ଜଣ ସାଙ୍ଗଙ୍କ ସହ ପୁରୀ ଯାଇଥିଲେ ।

ଗତକାଲି ଲାଇଟ ହାଉସ୍ ନିକଟ ବିରଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ବେଳେ ଲହଡ଼ି ମାଡ଼ରେ ସମୁଦ୍ରରେ ଭାସି ଯାଇଥିଲେ ଅରବାଜ୍ ଓ ତାଙ୍କର ୨ ଜଣ ସାଙ୍ଗ । ଚିତ୍କାର ଶୁଣି ଦୁଇ ଜଣଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଥିଲା । ନିଖୋଜ ଥିଲେ ଅରବାଜ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.