Latest Odisha News

BREAKING NEWS

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଜାଭେରୀ

କଟକ/ଭୁବନେଶ୍ୱର : ଆଜି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ଶପଥ ପାଠ ଉତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ବାର ଆସୋସିଏସନ୍ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ସରନଙ୍କର ସୁପ୍ରିମକୋର୍ଟକୁ ପଦୋନ୍ନତି ହେବା ପରେ ତାଙ୍କ ସ୍ଥାନରେ ଜଷ୍ଟିସ୍ ଜାଭେରୀ ଦାୟିତ୍ୱ ନେଇଛନ୍ତି ।

ସୂଚନା ଅନୁଯାୟୀ ଜଷ୍ଟିସ ଜାଭେରୀ ୨୦୦୪ରେ ଗୁଜୁରାଟ ହାଇକୋର୍ଟରେ ଅତିରିକ୍ତ ଜଜ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ପରେ ୨୦୦୫ରେ ତାଙ୍କୁ ନିୟମିତ ଜଜ୍ ଭାବେ ପଦୋନ୍ନତି ମିଳିଥିଲା । ପରବର୍ତ୍ତି ସମୟରେ ୨୦୧୬ରେ ରାଜସ୍ଥାନ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା ।

Leave A Reply

Your email address will not be published.