Latest Odisha News

BREAKING NEWS

ଆରପାରିରେ ନୋବେଲ୍ ବିଜେତା ଭିଏସ୍ ନଇପଲ୍

ନୂଆଦିଲ୍ଲୀ : ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିବା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଲେଖକ ଭିଏସ୍ ନଇପଲଙ୍କ ଦେହାନ୍ତ ଘଟିଛି । ୮୫ ବର୍ଷ ବୟସରେ ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା ।

ନଇପଲ୍ ଏକାଧାରାରେ ଜଣେ ପ୍ରସିଦ୍ଧ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ ଥିଲେ । ୧୯୩୨ ମସିହା ଅଗଷ୍ଟ ମାସରେ ଜନ୍ମଲାଭ କରିଥିବା ନଇପଲଙ୍କର ପ୍ରଥମ ଉପନ୍ୟାସ ‘ ଦ ମିଷ୍ଟ୍ରିକ୍ ମୈସର ’ ୧୯୫୧ରେ ପ୍ରକାଶିତ ହୋଇଥିଲା । ଏହାପରେ ସେ ଉନ୍ନତିର ସୋପାନ ଚଢିବା ସହିତ ନିଜସ୍ୱ ରଚିତ ବିଭିନ୍ନ ପୁସ୍ତକ ଓ ଉପନ୍ୟାସ ପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି ।

୨୦୦୧ ମସିହାରେ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ନଇପଲଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.