Latest Odisha News

BREAKING NEWS

ଜଷ୍ଟିସ କେ.ଏସ. ଜାଭେରୀ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି: ୧୨ ତାରିଖରେ ଶପଥ ଗ୍ରହଣ କରିବେ

କଟକ : ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଅଗଷ୍ଟ୧୨ ତାରିଖ ରବିବାର ଦିନ ହାଇକୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ଅପରାହ୍ନ ୪ଟା ବେଳେ ଜଷ୍ଟିସ ଜାଭେରୀଙ୍କ ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ନେଇ ହାଇକୋର୍ଟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଜଷ୍ଟିସ ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ୨୦୦୪ରେ ସେ ଗୁଜରାଟ ହାଇକୋର୍ଟରେ ଅତିରିକ୍ତ ଜଜ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ପରେ ୨୦୦୫ରେ ତାଙ୍କୁ ନିୟମିତ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା । ୨୦୧୬ରେ ରାଜସ୍ଥାନ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା ।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ୍ ସରନଙ୍କ ସ୍ଥାନରେ ଜଷ୍ଟିସ ଜାଭେରୀ ଦାୟିତ୍ୱ ସମ୍ଭାଳିବେ । ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ସରନଙ୍କ ପଦୋନ୍ନତି ହୋଇଛି । ଗତ ୧୬ତାରିଖରେ ସରନଙ୍କ ପଦୋନ୍ନତି କରିଥିଲେ ସୁପ୍ରିମକୋର୍ଟ କଲେଜିଅମ୍ ।

Leave A Reply

Your email address will not be published.