Latest Odisha News

BREAKING NEWS

ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ଜଷ୍ଟିସ୍ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି ।

ବର୍ତ୍ତମାନ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଭାରତୀୟ ସମ୍ବିଧାନର ଧାରା ୨୨୨ ଅନୁସୂଚୀ (୧) ଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହିତ ଆଲୋଚନା କରିବା ପରେ ଏହି କ୍ଷମତା ସହିତ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

ଏପ୍ରିଲ୍ ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ କଲେଜିୟମ ନ୍ୟାୟାଧୀଶ ରଫିକଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ନେଇ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସମ୍ପର୍କରେ ତାଙ୍କର ନାମକୁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରିଥିଲେ ।

ଚଳିତବର୍ଷ ଜାନୁଆରୀ ୫ରେ ଜଷ୍ଟିସ୍ କେ ଏସ ଜାଭେରୀ ଅବସର ଗ୍ରହଣ କରିବା ପରଠାରୁ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ଦାୟିତ୍ୱରେ କାର୍ଯ୍ୟରତ ଅଛନ୍ତି ।

ମୁଖ୍ୟ ବିଚାରପତି ନ୍ୟାୟାଧୀଶ ମହମ୍ମଦ ରଫିକ:

ଜଷ୍ଟିସ ରଫିକ୍ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ଗ୍ରାଜୁଏସନ ପାସ୍ କରିବା ପରେ ୧୯୮୪ ମସିହାରେ ରାଜସ୍ଥାନ ବାର୍ କାଉନସିଲରେ ଜରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ୧୯୯୯ ମସିହାରେ ସେ ରାଜସ୍ଥାନର ଅତିରିକ୍ତ ଆଡ଼ଭୋକେଟ୍ ଜେନେରାଲ୍ ଭାବେ ନିଯୁ୍‌କ୍ତ ହେଲେ । ରାଜସ୍ଥାନ ହାଇକୋର୍ଟରେ ସେ ୨୦୦୬ ରେ ବିଚାରପତି ଭାବେ ନିଯୁକ୍ତ ହେଲେ । ଜଷ୍ଟିସ୍ ରଫିକ୍ ନଭେମ୍ବର ୨୦୧୯ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.