Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମଦ ରଫିକ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟର ୩୧ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍ ଶପଥ ଗ୍ରହଣ କରିଛନ୍ତି ‌।

ଗତ ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏପ୍ରିଲ୍ ୨୩ରେ ଜଷ୍ଟିସ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଥିଲେ।

ସେହିପରି ଜାନୁଆରୀ ୫ରେ ଜଷ୍ଟିସ କେ.ଏସ୍ ଜାଭେରୀଙ୍କ ଅବସର ପରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ସଞ୍ଜୁ ପଣ୍ଡାଙ୍କ ଅଧୀନରେ ଓଡ଼ିଶା ହାଇକୋର୍ଟ ପରିଚାଳିତ ହେଉଛି।

ଅଧିକ ପଢନ୍ତୁ- ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

Comments are closed.