Latest Odisha News

ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ୍ ମହମ୍ମଦ ରଫିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ପୂର୍ବରୁ ସେ ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରହିଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି।

ଅଧିକ ପଢନ୍ତୁ: ସୁପ୍ରିମକୋର୍ଟ କଲେଜିୟମର ମୋହର: ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଜଷ୍ଟିସ ରଫିକ ୧୯୮୬ ମସିହାରେ ରାଜସ୍ଥାନରେ ସରକାରୀ ଓକିଲ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଗତ ଏପ୍ରିଲ ୧୮ ତାରିଖରେ ଓଡ଼ିଶା ହାଇକୋର୍ଟକୁ ପଠାଇଛନ୍ତି।

ଅଧିକ ପଢନ୍ତୁ: ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

ତାଙ୍କ ନାଁକୁ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୁପାରିଶ କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ଏହାବ୍ୟତୀତ ଆସନ୍ତାକାଲି ସେ ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।

 

Leave A Reply

Your email address will not be published.