ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଏନ୍. ଭି. ରମନା । ସେ ହୋଇଛନ୍ତି ଦେଶର 48ମତ ପ୍ରଧାନ ବିଚାରପତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ହାତଗଣତି ବିଚାରପତି ଓ ଅତିଥି ଉପସ୍ଥିତ ଥିଲେ । ପ୍ରଧାନ ବିଚାରପତି ପଦବୀରେ ବର୍ଷେ ଚାରି ମାସ ରହିବେ ଜଷ୍ଟିସ ରମନା ।

୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରେ କୃଷ୍ଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ରମନା । ଏକ କୃଷକ ପରିବାରରେ ତାଙ୍କ ଜନ୍ମ । ପୁରା ନାଁ ନଥାଲପତି ଭେଙ୍କଟ ରମନା । ୨୦୦୦ ମସିହାରେ ଜଷ୍ଟିସ ରମନ୍ନା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ ଥିଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମନା । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା ।
BREAKING NEWS
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
Comments are closed.