Latest Odisha News

ନିର୍ଭୟା ମାମଲା: ଶୁଣାଣି ବେଳେ କୋର୍ଟ ରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା । ଏହି ସମୟରେ ଜଷ୍ଟିସ ଭାନୁମତୀ କୋର୍ଟ ରୁମରେ ବେହୋସ ହୋଇଯାଇଥିଲେ । ଏହାପରେ ତାଙ୍କୁ କୋଠରୀ ଭିତରକୁ ନିଆଯାଇଥିଲା । କୋର୍ଟରେ ଶୁଣାଣିକୁ ସ୍ଥଗିତ କରିଦିଆଯାଇଥିଲା ।

ଫଇସଲାର ଶୁଣାଣି ପୂର୍ବରୁ ଜଷ୍ଟିସ ଭାନୁମତୀଙ୍କ ମୁଣ୍ଡ ବୁଲାଇଥିଲା । ଏହାପରେ ସୋମବାର ଦିନ ମାମଲାର ଶୁଣାଣି ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ପାଖାପାଖି ୨୦ରୁ ୩୦ ସେକେଣ୍ଡ ପରେ ଜଷ୍ଟିସଙ୍କୁ ହୋସ ଆସିଥିଲା । ତାଙ୍କୁ ଜ୍ୱର ହେବାରୁ ଓ ରକ୍ତ ଚାପ ବଢ଼ିଯିବାରୁ ଏଭଳି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.