Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକ

କଟକ/ପୁରୀ : ଆଜି ଜଷ୍ଟିସ ରଘୁବୀର ଦାଶ କମିଶନରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସତ୍ୟପାଠ ଦାଖଲ ହୋଇଛି । ଆଜି କଟକ ସର୍କିଟ ହାଉସସ୍ଥିତ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ।

ଆଜି ପୁରୀ ଜିଲ୍ଲାପାଳ ଓ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଟକ ସର୍କିଟ ହାଉସକୁ ନିଜ ପ୍ରତିନିଧିଙ୍କୁ ପଠାଇ ଏହି ସତ୍ୟପାଠ ଦାଖଲ କରିଛନ୍ତି । ଏଥିସହିତ ପୁରୀର ଅନ୍ୟ ଜଣେ ନାଗରିକ ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି ।

ଏହାକୁ ମିଶାଇ ୭ଜଣ ସତ୍ୟପାଠ ଦାଖଲ କରିଛନ୍ତି । ଆଉ ଗୋଟିଏ ସପ୍ତାହକ ପରେ ପୁନର୍ବାର ବୈଠକ ବସିବ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କମିଶନର ଅଧ୍ୟକ୍ଷ ଜଷ୍ଟିସ ରଘୁବୀର ଦାଶ କହିଛନ୍ତି ।

Leave A Reply

Your email address will not be published.